ବନ୍ଦ ରହିବ ଶିମିଳିପାଳ, ଜୁନ୍ 16 ରୁ ସେପ୍ଟେମ୍ବର 15 ଯାଏଁ ବୁଲି ପାରିବେନି ପର୍ଯ୍ୟଟକ
ଭୁବନେଶ୍ୱର : ବନ୍ଦ ରହିବ ଶିମିଳିପାଳ । ଜୁନ୍ 16 ରୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ପର୍ଯ୍ୟଟକସ ବୁଲି ପାରିବେନି ଶିମିଳିପାଳ ଅଭୟାରଣ୍ୟ । ଏ ନେଇ ସୂଚନା ଦେଇଛନ୍ତି RCCF ପ୍ରକାଶ ଚାନ୍ଦ ଗୋଗିନେନି ।

ପାଖେଇ ଆସୁଛି ମୌସୁମୀ। ସାଧାରଣତଃ ବର୍ଷା ସମୟରେ ଶିମିଳିପାଳ ଜଙ୍ଗଲ ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବାର ସମ୍ଭାବନା ରହିଥାଏ। ଜଙ୍ଗଲ ଭିତରେ ସଂକୀର୍ଣ୍ଣ ରାସ୍ତା ବି ଯାତାୟତ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ ସବୁବର୍ଷ ଭଳି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ।
କିନ୍ତୁ ଏହି ସମୟରେ ଜାମୁଆଣି, ଗୁଡଗୁଡ଼ିଆ, କୁମାରୀ ଓ ରାମତୀର୍ଥ ଇକୋ ଟୁରିଜିମ୍ କମ୍ପ୍ଲେକ୍ସଗୁଡିକ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ ।












Click it and Unblock the Notifications