ରୂପା ଛାଉଣୀରେ ଝଲସୁଛି ଶ୍ରମୀମନ୍ଦିର ସିଂହଦ୍ୱାର
ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ହୋଇଛି ରୂପା ଛାଉଣୀ । ସରିଛି ଏହି କାମ । ଏହା ପରେ ରୂପା ଛାଉଣୀରେ ସିଂହଦ୍ୱାର ଝଲସୁଥିବା ବେଳେ ଅତି ଆକର୍ଷଣୀୟ ଦେଖାଯାଉଛି ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ୱାର ରୂପାଛାଉଣୀ କରାଯାଇଛି । ମୁମ୍ବାଇର ଜଣେ ଦାତା ଦେଇଥିବା 500 କିଲୋଗ୍ରାମ ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ ଆସିବା ପରେ ହୋଇଥିଲା ରୂପା ଛାଉଣୀ କାମ । ଶ୍ରୀମନ୍ଦିରର ଅନ୍ୟ 8 ଟି ଦ୍ୱାର ରୂପା ଛାଉଣୀ ହୋଇ ସାରିଥିବା ବେଳେ ବର୍ତ୍ତମାନ ସିଂହଦ୍ୱାର ମଧ୍ୟ ରୂପା ଛାଉଣୀ ହୋଇଛି ।
ଏତି ମଧ୍ୟରେ ନବଦିନାତ୍ମକ ଯାତ୍ରା ସାରି ବଡ଼ଦାଣ୍ଡରେ ପହଞ୍ଚି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶ ଦେବେ । ଏହା ପରେ କାଲି ଅଧରପଣା ଲାଗି ହେବା ପରେ ନିଳାଦ୍ରୀ ବିଜେ ହେବ । ରତ୍ନ ବେଦୀକୁ ଯିବା ସମୟରେ ମହାପ୍ରଭୁ ଏହି ରୂପା ଛାଉଣୀ ସିଂହଦ୍ୱାର ଦେଇ ପ୍ରବେଶ କରିବେ ।
ଆଜି ସୁନାବେଶ ପାଇଁ ବଡ଼ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସିଂହଦ୍ୱାର ରୂପା ଛାଉଣୀ ଦେଖି ଆନନ୍ଦିତ ହେଉଛନ୍ତି ଜଗନ୍ନାଥ ପ୍ରେମୀ ।












Click it and Unblock the Notifications