ରେଲ ଲାଇନ୍ ରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ
ନୂଆପଡ଼ା: ରେଳ ଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ା ରେଳଷ୍ଟେସନରେ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି 10 ଟା ବେଳେ ପହଞ୍ଚିଥିଲେ । ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ ନୂଆପଡ଼ା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେ ।

ଲଖନା ଷ୍ଟେସନରେ ପହଞ୍ଚି ନିଜ ଷ୍ଟାଫ ରୁମ୍ କୁ ଯିବାକୁ ରେଳଲାଇନ ପାର ହେଉଥିବା ସମୟରେ ରେଳଲାଇନରେ ଗୋଡ଼ ଫସି ଯାଇଥିବା ଗୋଡ଼କୁ ରେଳଲାଇନ ରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରେନଟି ଅନୁପଙ୍କୁ ଶକ୍ତ ଧକ୍କା ଦେବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା ।
ଅନୁପ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଧୋବୀ ପଡ଼ାର ବୋଲି ଜଣାପଡିଛି । ସେଭଳି ଅନୁପଙ୍କ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଛି । ବାପାଙ୍କ ଚାକରି ସ୍ଥାନରେ ମୃତ ଯୁବକ ଅନୁପ ରଏ ସିଗନାଲ୍ ଡିପାର୍ଟମେଣ୍ଟରେ ନିୟୋଜିତ ଥିଲେ ।












Click it and Unblock the Notifications