Get Updates
Get notified of breaking news, exclusive insights, and must-see stories!

ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର

Maguni Charan Kuanr

ନୂଆଦିଲ୍ଲୀ : ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏହି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ବିଶିଷ୍ଟ କଳାକାର ମାଗୁଣି ତରଣ କୁଅଁର । କାଠି କଣ୍ଢେଇ କାରିଗର ଭାବେ ସେ ବେଶ୍ ସୁନାମ ଅର୍ଜନ କରିଛନ୍ତି ।

ମାଗୁଣି ଚରଣ କୁଅଁର ଏକାଧାରରେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର ନିଖୁଣ ମୂର୍ତ୍ତି କାରିଗର । ବିଗତ 70 ବର୍ଷ ହେବ ସେ ନିଜ ସାଧନା ଜାରି ରଖିଥିବା ବେଳେ, 86 ବର୍ଷ ବୟସରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦୁଝର ପୁରୁଣା ସହରର ବୈଦ୍ୟରାଜ ସାହିର ମାଗୁଣି ଚରଣ କୁଅଁର ।

ପରିଣତି ବୟସରେ ମଧ୍ୟ ମାଗୁଣି କାଠ ଖୋଦେଇ, ମୃଣ୍ମୟୀ ମୂର୍ତ୍ତି ଓ ସିମେଣ୍ଟ ମୂର୍ତ୍ତି ତିଆରରେ ସିଦ୍ଧହସ୍ତ । କେବଳ କଣ୍ଢେଇ, କାଠ ଓ ପାଷାଣ ମୁହଁରେ ହସ ଫୁଟାନ୍ତି ତାହା ନୁହେଁ ବରଂ ଗଭୀର ଆତ୍ମୀୟତା, ସହୃଦୟତା ଓ ପରିବେଶପ୍ରୀତି ତାଙ୍କୁ ଏକ ବହୁମୂଖୀ ପ୍ରତିଭାର ଅଧିକାରୀ ଭାବେ ଗଢି ତୋଳିଛି । ପିଲାଟି ବେଳୁ କଣ୍ଢେଇ ନାଚ ପାଇଁ ତାଙ୍କର ଥିଲା ଅଦମ୍ୟ ଉତ୍ସାହ । ମାଟିର ମୂର୍ତ୍ତି ତିଆରି ପାଇଁ ମନରେ ଥିଲା ପ୍ରଗାଢ ଇଚ୍ଛା । ପ୍ରାରମ୍ଭିକ ଅବସ୍ଥାରେ ଆର୍ଥିକ ଅନଟନ ଏଥିରୁ ତାଙ୍କୁ ବିମୁଖ କରିପାରି ନଥିଲା ।

2004 ମସିହାରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, 2013 ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି । 2014ମସିହା ପାଇଁ ଓଡିଶା ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବୁଧବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ 2 ଜଣଙ୍କୁ ପଦ୍ମବିଭୂଷଣ, 4 ଜଣଙ୍କୁ ପଦ୍ମଭୂଷଣ ଓ 47 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ।

ଚଳିତ ବର୍ଷ ପଦ୍ମଶୀ ସମ୍ମାନ ପାଇଁ 4 ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି । ଅନ୍ୟ ତିନି ଜଣଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ବିତରଣ ସମାରୋହରେ ଆସନ୍ତାମାସ 5 ତାରିଖରେ ରାଷ୍ଟ୍ରପତି ସମ୍ମାନିତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+