ତୁଟିଲା ସେବାୟତ ବିବାଦ, ଆରମ୍ଭ ହେଲା ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ସେବାୟତ ବିବାଦ ତୁଟିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ 6 ଘଣ୍ଟାର ଆଲୋଚନା ପରେ ତୁଟିଛି ବିବାଦ । ଠାକୁରଙ୍କୁ ବଡ଼ ମହାସ୍ନାନ କରାଇବା ସହ ସେବାୟତମାନେ ନୀତିକାନ୍ତି କରିଛନ୍ତି ।

shree mandir

ସୂଚନାଥାଉକି, ସେବାରୁ ନିବୃତ୍ତ ଥିବା ଜଣେ ସିଂହାରୀ ସେବାୟତ ମହାପ୍ରଭୁଙ୍କ ମଙ୍ଗଳଆଳତୀ କରିବାରୁ ବିବାଦ ଦେଖାଦେଇଥିଲା । ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଅନ୍ୟ ସେବାୟତଙ୍କ ଜିଦ୍ ଧରିଥିଲେ । ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିରରେ ସେବାୟତଙ୍କ ସହ ନୀତି ପ୍ରଶାସକ ଆଲୋଚନା କରିଥିଲେ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା । ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ଶୁକ୍ରବାର ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ ।

ଏହାକୁ ବିରୋଧ କରିଥିଲେ ଅନ୍ୟ ସେବାୟତ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଥିଲେ । ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ ଆଲୋଚନା ପରେ ବିବାଦ ତୁଟିଛି ଏବଂ ନୀତିକାନ୍ତି ଆରମ୍ଭ ହୋଇଛି । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି । ଏହା ପରଠାରୁ ନୀତିକାନ୍ତିରେ ଦେଖାଦେଇଥିଲା ବିଭ୍ରାଟ ।

ଏହା ସହ ଆଜି ସପ୍ତପୁରୀ ଭୋଗ ଲାଗି ହେବ । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି କରାଯିବ । ବିଶ୍ୱାସ ରହିଛି ଆଜିର ସପ୍ତପୁରୀ ଭୋଗ ନିଜେ ମା ଦକ୍ଷିଣକାଳୀ ପ୍ରସ୍ତୁତ କରିଥାନ୍ତି ।
ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବେଶ କରାଯିବ । ପରେ ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସି ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଷୋଡଶ ଉପଚାରରେ ପୂଜା କରାଯିବ ।

ଗତକାଲି ଅଠର ନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଚତୁର୍ପାଶ୍ୱ ପରିକ୍ରମା ପରେ ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+