ଶ୍ରୀ ମନ୍ଦିର ପ୍ରକଳ୍ପ: ସରିଛି ଆଚାର୍ଯ୍ୟ ବରଣ, ଆଜି ହେବ ଅଙ୍କୁର ପୂଜନ
ପୁରୀ: ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବର ଅୟମାରମ୍ଭ ଗତକାଲି ଠାରୁ ହୋଇଛି । ଯଜ୍ଞ କାର୍ଯ୍ୟ ପାଇଁ ସରିଛି ଆଚାର୍ଯ୍ୟ ବରଣ । ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ଏହା ପରେ ଅଙ୍କୁରରୋପଣ ହୋଇଛି । ଆଜି ଦିନ 11 ଟାରୁ ରାତି 8 ଟା ଯାଏଁ ଅଙ୍କୁର ପୂଜନ ହେବ ।

15 ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । 15 ତାରିଖ ସକାଳ ସାଢ଼େ 7 ଟାରୁ 1 ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ଵାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ ।
ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ଵେଦ ପାରାୟଣ ଓ ଅନ୍ତଃପ୍ରଦିକ୍ଷଣ ପଥରେ ନାମ ସଂକୀର୍ତ୍ତନ ହେବ । 16ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ । 17 ତାରିଖ ବୁଧବାର ସକାଳ 7 ଟା ରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରହ୍ନ 1.15 ରୁ 1.30 ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାପରେ ଦିନ 1.30 ରୁ 2ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ । ଅପରାହ୍ନ ୩ ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ଶ୍ରଦ୍ଧାଳୁ ।












Click it and Unblock the Notifications