Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଲାଇଟ୍‌ ସାଉଣ୍ଡ ସୋ'ରେ କାଞ୍ଚି ଅଭିଯାନ କାହାଣୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଆଜି ଠାରୁ ଆରମ୍ଭ ହେଉଛି ମହାଯଜ୍ଞ । ଏ ନେଇ ସମଗ୍ର ଶ୍ରୀକ୍ଷେତ୍ର ସଜେଇ ହୋଇଛି । ଆସନ୍ତା 17 ତାରିଖରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।

Shree mandir Parikrama prakalp

ଏ ନେଇ ଆକାଶ ମାର୍ଗରୁ ଝଲସୁଛି ଶ୍ରୀମନ୍ଦିର ପରିକ୍ରମାର ଚିତ୍ର । ସ୍ୱର୍ଗୀୟ ଅନୁଭବ ଦେଉଛି ସବୁଜିମା ଭରା ଲ୍ୟାଣ୍ଡସ୍କେପଠୁ ନେଇ ବଉଳମାଳିଆ ପଥରର କାରିଗରୀ । ମେଘନାଦ ପରେ ପ୍ରଦକ୍ଷଣ ମାର୍ଗକୁ ସୁରକ୍ଷା ଦେବାକୁ ନିର୍ମିତ ହୋଇଛି କାରୁକାର୍ଯ୍ୟ ଭରା ପ୍ରାଚୀର । କ୍ଲକ ରୁମ୍‌ଠୁ ନେଇ ସେଲ୍ଟର ପ୍ୟାଭିଲିୟନ । ସୂଚନା କେନ୍ଦ୍ରରୁ ନେଇ ଆମ୍ଫି ଥିଏଟର । ସୁରକ୍ଷା ବଳୟଠାରୁ ସାଂସ୍କୃତିକ ମଣ୍ଡପ । ପରିକ୍ରମା ମାର୍ଗ ମଧ୍ୟରେ ଏହି ଅପୂର୍ବ ସମାହାର ପ୍ରତିରୂପ ସଂଦର୍ଶନ କରିବେ ଭକ୍ତ । ଜଗନ୍ନାଥ ବଲ୍ଲଭ ପରିସରରେ ପ୍ରଦର୍ଶନୀ କକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅବିକଳ ମିନି ମଡେଲ ପ୍ରଦର୍ଶିତ କରାଯିବ। ଅର୍ଥାତ ଭକ୍ତମାନେ ପରିକ୍ରମା ମାର୍ଗ ପ୍ରଦକ୍ଷଣ କରିବା ପରେ ଯେଉଁ ଅନୁଭବ ନେବେ, ତା'ର ସମ୍ପୂର୍ଣ୍ଣ ରୂପରେଖ ଦେଖିପାରିବେ ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିକଳ୍ପନା ପୂର୍ବରୁ ଅର୍ଥାତ 5 ବର୍ଷ ଅତୀତର ଶ୍ରୀମନ୍ଦିର ପ୍ରଦକ୍ଷଣ ମାର୍ଗ ଏବଂ ଏବେର ପରିକ୍ରମା ପ୍ରକଳ୍ପ ମଧ୍ୟରେ ଆକାଶପାତାଳର ଅନୁଭବ ଭେଟି ଦେବ । ଭକ୍ତମାନେ ଅତୀତରେ ଦେଖିଥିବା ଶ୍ରମନ୍ଦିର ପରିପାର୍ଶ୍ୱ ଏବଂ ଏବେ ଦେଖୁଥିବା ପରିକ୍ରମା ମାର୍ଗ ଅଭିଭୂତ କରିବ, ଏଥିରେ ଦ୍ବିଧା ନାହିଁ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନଠାରୁ ଅର୍ଥାତ 17-22 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମିନି ମଡେଲ ଦେଖିପାରିବେ ଭକ୍ତ । ଏହା ମଧ୍ୟରେ କେଉଁ ସୁବିଧା କେଉଁଠାରେ ରହିଛି ତାହା ମଧ୍ୟ ଅବଲୋକନ କରିପାରିବେ ।

ପ୍ରଦର୍ଶନୀ କକ୍ଷରେ ଭକ୍ତମାନେ ବଡ଼ ପରଦାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ପରିକ୍ରମା ପ୍ରକଳ୍ପ ନିର୍ମାଣର କଥା, 2020 ମସିହାର ଭକ୍ତଶୂନ୍ୟ ରଥଯାତ୍ରାର କଥା, ମହାପ୍ରଭୁଙ୍କ ସହ ସଂଶ୍ଳିଷ୍ଟ ବହୁ କଥାବସ୍ତୁର ଅବତାରଣା ଦେଖିବାକୁ ପାଇବେ । ଏଥିପାଇଁ ଜଗନ୍ନାଥ ବଲ୍ଲଭ ପରିସରରେ 60 ଫୁଟ ଲମ୍ବ ଓ 12 ଫୁଟ ଓସାରର ଏକ ବୃହତ୍‌ ପରଦାରେ ଭକ୍ତମାନେ ଏହି ଅନୁଭବ ନେବେ । ଏହା ମଧ୍ୟ 17 ରୁ ଆରମ୍ଭ ହୋଇ 6 ତାରିଖ ପର୍ଯ୍ୟନ୍ତ ଚାଲିବ । ଦିଲ୍ଲୀର ଏକ ଏଜେନ୍ସିକୁ ଏହି ମିନି ମଡେଲ ଏବଂ ପରଦାରେ ଶ୍ରୀଜଗନ୍ନାଥ ସଂସ୍କୃତିର କଥା ପ୍ରଦର୍ଶନ ପାଇଁ ନିୟୋଜିତ କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପର୍ବ ଭକ୍ତଙ୍କୁ ଶ୍ରୀକ୍ଷେତ୍ରରେ ନିଆରା ଅନୁଭବ ଦେବ । ପ୍ରଥମଥର ପାଇଁ ସହରରେ ଲାଇଟ ସାଉଣ୍ଡ ସୋ' ଦେଖିବାର ସୁଯୋଗ ମିଳିବ । ବଡ଼ଦାଣ୍ଡ ସଂଲଗ୍ନ ମ୍ୟୁନିସିପାଲିଟି ମାର୍କେଟ କାନ୍ଥରେ ଲାଇଟ ସାଉଣ୍ଡ ତଥା ଲେଜର ସୋ'ରେ ମହାପ୍ରଭୁଙ୍କ କାଞ୍ଚି ଅଭିଯାନର କଥାଚିତ୍ର ଦେଖିବେ ଭକ୍ତ । 17ରୁ ଲାଇଟ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ ହେବ । ଗଜପତି ପୁରୁଷୋତ୍ତମ ଦେବ ଏବଂ ପଦ୍ମାବତୀଙ୍କ ପ୍ରେମରୁ ନେଇ ଯୁଦ୍ଧ ପର୍ଯ୍ୟନ୍ତ କଥାବସ୍ତୁର ଅବତାରଣା ଦେଖିବାକୁ ମିଳିବ । ସନ୍ଧ୍ୟାରେ ଏହି ସୋ ପ୍ରଦର୍ଶିତ ହେବ ।

ଦିଲ୍ଲୀର ଏକ ଏଜେନ୍ସିକୁ ଏହାର କାର୍ଯ୍ୟଭାର ପ୍ରଦାନ କରାଯାଇଛି । ମହାପ୍ରଭୁଙ୍କ ଏହି ଐତିହାସିକ ପ୍ରକଳ୍ପର ଲୋକାର୍ପଣକୁ ଅବିସ୍ମୃତ ରଖିବା ପାଇଁ '5-ଟି' ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପରାମର୍ଶରେ ଭକ୍ତଙ୍କୁ ନୂଆ ଅନୁଭୂତି ଭେଟି ଦେବା ପାଇଁ ହୋଇଥିବା ଭିନ୍ନଭିନ୍ନ ପ୍ରୟାସ ମଧ୍ୟରେ ଲାଇଟ୍‌ ସାଉଣ୍ଡ ସୋ' ଅନ୍ୟତମ । ଏହି ସୋ' ପ୍ରଦର୍ଶନ ପାଇଁ ଦାୟିତ୍ୱ ନେଇଥିବା ଏଜେନ୍ସିର କର୍ମକର୍ତ୍ତା ଗୌରବ ଗିରଙ୍କ କହିବା ଅନୁଯାୟୀ, ଜର୍ମାନ ହାଙ୍ଗର ସମ୍ମିଳନୀ କକ୍ଷରେ ବେଶ ପ୍ରଦର୍ଶନୀ, ରଥ ପ୍ରଦର୍ଶନୀଠୁ ନେଇ ଶ୍ରୀମନ୍ଦିର ପ୍ରଦକ୍ଷଣ ମାର୍ଗର ପ୍ରତିରୂପ, ସ୍କ୍ରିନ ସୋ ଏବଂ ଲାଇଟ ସାଉଣ୍ଡ ସୋ'ର ବ୍ୟବସ୍ଥା କରାଯାଉଛି । ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଏହା ଭକ୍ତଙ୍କ ଉଦ୍ଦେଶ୍ୟରେ କରାଯାଉଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+