ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ଯଜ୍ଞ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଆସନ୍ତା ଜାନୁଆରୀ 17 ତାରିଖରେ ହେବା ନେଇ କାର୍ଯ୍ୟକ୍ରମ ରହିଛି । ଜାନୁଆରୀ 12 ତାରିଖରୁ ଆରମ୍ଭ ହୋଇଯିବ ପୂଜାର୍ଚ୍ଚନା । 15 ତାରିଖରୁ ତ୍ରିଦିନାତ୍ମକ ଯଜ୍ଞ କରାଯିବ । ପ୍ରତିଷ୍ଠା ଉତ୍ସବ ସୁରୁଖୁରୁରେ କିଭଳି ସମ୍ପନ୍ନ ହେବ, ସେ ନେଇ ଆଲୋଚନା କରିବାକୁ ଆଜି ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକ ବସିଥିଲା । ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ପ୍ରସ୍ତୁତି ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

shreemandir

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାକି ଥିବା କାର୍ଯ୍ୟ ସାରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଏଥିସହ ଲୋକାର୍ପଣ ଉତ୍ସବରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ନିର୍ଘଣ୍ଟ ଶେଷ ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପ୍ରତ୍ର ମଧ୍ୟ ବଣ୍ଟା ଚାଲିଛି । ଏହାରି ଭିତରେ ଲୋକାର୍ପଣ ଉତ୍ସବ ପାଇଁ ବଡଦାଣ୍ଡରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ଚୂଡାନ୍ତ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ପରିଚାଳନା ବୈଠକରେ ଏଥିପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି ।

ନିଷ୍ପତି ଅନୁସାରେ, ଆସନ୍ତା 12 ତାରିଖ ସଂଧ୍ୟାରେ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ । ଆସନ୍ତା ଜାନୁଆରୀ 15 ତାରିଖ ସକାଳ 7 ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । 17 ତାରିଖରେ ପୂର୍ଣ୍ଣାହୁତି ହେବ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।

ଏହି ଉତ୍ସବରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାକୁ ଥିବାରୁ ଏହାକୁ ସଫଳତାର ସହ ସମ୍ପନ୍ନ କରିବାକୁ ଗୁରୁତ୍ୱ ଦେଉଛି ପ୍ରଶାସନ । ବିଶେଷ କରି, ଏହି ସମୟରେ ଭିଡ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁମାନେ ସୁରୁଖୁରରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ପରିକ୍ରମା ପ୍ରକଳ୍ପ ଅଧିନରେ ହୋଇଥିବା ରୂପାନ୍ତରଣକୁ ଦେଖି ପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ ।ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟର ପ୍ରତ୍ୟକ ପରିବାରକୁ ଯୋଡିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+