Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ : ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଥିବା ଜବରଦଖଲକୁ ନେଇ ଦାଏର ଦୁଇଟି ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ବି.ଆର ଗଭାଇ ଏବଂ ହିମ କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିସନର ଶୁଣାଣି କରିବେ ।

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଥିବା ଜବରଦଖଲକୁ ନେଇ ଦାଏର ଦୁଇଟି ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ବି.ଆର ଗଭାଇ ଏବଂ ହିମ କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିସନର ଶୁଣାଣି କରିବେ ।

jagannath temple

ହାଇକୋର୍ଟଙ୍କ ଗତ ମେ' 9 ତାରିଖ ନିର୍ଦ୍ଦେଶ ବିରୋଧରେ ସୁମନ୍ତ କୁମାର ଘଡ଼େଇ ଓ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ଦ୍ବାରା ଦାଖଲ ଦୁଇଟି ଅଲଗା ଅଲଗା ସ୍ବତନ୍ତ୍ର ଲିଭ ପିଟିସନ୍‌ (ଏସ୍‌ଏଲ୍‌ପି)ର ଶୀଘ୍ର ଶୁଣାଣି ପାଇଁ ଆଜି ଜଷ୍ଟିସ୍‌ ବିଆର୍‌ ଗଭାଇ ଓ ଜଷ୍ଟିସ୍‌ ହିମା କୋହଲିଙ୍କ ଭ୍ୟାକେସନ୍‌ ବେଞ୍ଚ ରାଜି ହୋଇଛନ୍ତି । ଶ୍ରୀ ଘଡ଼େଇଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଶ୍ରୀ ଦାସଙ୍କ ଓକିଲ ନଚିକେତା ଯୋଶୀ ଏଥିପାଇଁ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ ।

ଉପରୋକ୍ତ ପ୍ରସଙ୍ଗକୁ ନେଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଖଣ୍ଡପୀଠକୁ ଜଣାଇଥିଲେ । ନିର୍ମାଣ ଉପରେ ରୋକ ଲଗାଇବା ସଂକ୍ରାନ୍ତ ତାଙ୍କ ଆବେଦନର ଶୁଣାଣି ହାଇକୋର୍ଟରେ ହୋଇପାରିନଥିଲା । ଯେଉଁଥି ପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାରେ ଓଡ଼ିଶା ସରକାର, ଏଏସ୍‌ଆଇ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ମୋଟ 8 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+