ଶ୍ରୀମନ୍ଦିରରେ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ ପାଇଁ ଆହ୍ୱାନ କଲା ପ୍ରଶାସନ
ଶ୍ରୀମନ୍ଦିରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି । ଏଣିକି ମନ୍ଦିର ଭିତରକୁ ଫୁଲ ଏବଂ ଭୋଗ ଆଣିବା ବେଳେ ପଲିଥିନ୍ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଫୁଲ ଏବଂ ଭୋଗ ଚାଙ୍ଗୁଡିରେ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି ।
ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି ।













Click it and Unblock the Notifications