ବିଶୃଙ୍ଖଳାରେ ସୁଧାର ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ, ଛତିଶାନିଯୋଗ କୁ ଚେତାବନୀ ପୂର୍ଣ୍ଣ ଚିଠି
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ବେଳେ ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରୟାସ କରୁଛି ଶ୍ରୀ ମନ୍ଦିର ପ୍ରଶାସନ । ରଥଯାତ୍ରୀ, ପହଣ୍ଡି ଏବଂ ଆଡ଼ପମଣ୍ଡପ ନୀତିକାନ୍ତି ସମୟରେ ବିଳମ୍ବ ଏବଂ ବିଶୃଙ୍ଖଳା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ଏଥିରେ ସୁଧାର ଆଣି ବାହୁଡ଼ା ଯାତ୍ରା ଏବଂ ପରବର୍ତ୍ତୀ ସମସ୍ତ ନୀତିକାନ୍ତିକୁ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ଛତିଶାନିଯୋଗକୁ ଚେତାବନୀପୂର୍ଣ୍ଣ ଚିଠି କରାଯାଇଛି ।

ବାହୁଡ଼ାରେ କିଛି ବି ବିଶୃଙ୍ଖଳା ହେଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଶ୍ରୀମନ୍ଦିରର ସମସ୍ତ ନିଯୋଗର ସଭାପତି, ସମ୍ପାଦକଙ୍କୁ ଏହି ଚିଠି କରି ସତର୍କ ରହିବାକୁ ସ୍ପଷ୍ଟ କରି ଦିଆଯାଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ପକ୍ଷରୁ କରାଯାଇଥିବା ଚିଠିରେ କୁହାଯାଇଛି, ଚଳିତବର୍ଷର ରଥଯାତ୍ରା ଶୃଙ୍ଖଳାର ସହ ସମାହିତ ହେବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ବ୍ୟବସ୍ଥାବଳୀ-2023 ପ୍ରଣୟନ କରିଛନ୍ତି । ରଥ ଉପରେ ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥାବଳୀରେ କେତେକ କଟକଣା ଜାରି କରାଯାଇଛି । ଏ ବିଷୟରେ ଗତ 26 ତାରିଖରେ ବିଭିନ୍ନ ନିଯୋଗର କାର୍ଯ୍ୟକର୍ତ୍ତା, ବରିଷ୍ଠ ସେବକ, ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରାଯାଇଛି ।
ଅଧିକ ସଂଖ୍ୟକ ସହାୟକମାନଙ୍କୁ ମଧ୍ୟ ରଥ ଉପରେ ରହିବାକୁ ଅନୁମତି ଦିଆଯିବ ନାହିଁ । ରଥ ଉପରେ ରହିଥିବା କର୍ତ୍ତବ୍ୟରତ ସେବକ ଓ କର୍ମଚାରୀଙ୍କ ସଂଖ୍ୟା ବି ସୀମିତ ରଖାଯାଇଛି । ତାଳଧ୍ୱଜ ରଥରେ 60 ଜଣ, ଦେବଦଳନ ରଥରେ 50ଜଣ ଓ ନନ୍ଦିଘୋଷ ରଥରେ 70 ଜଣ ସେବକ ଓ କର୍ମଚାରୀ ରହିବେ । ଏହାଠାରୁ ଅଧିକ ରହିପାରିବେ ନାହିଁ ।












Click it and Unblock the Notifications