Get Updates
Get notified of breaking news, exclusive insights, and must-see stories!

ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଶୃଙ୍ଖଳାକୁ ନେଇ ତତ୍ପରତା ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଚାରିଦିନ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ଶ୍ରୀମନ୍ଦିର ଆଇନ 20 ଓ 30 ଧାରା ଅନୁଯାୟୀ ନୋଟିସ ଜାରି କରାଯାଇଛି ।

puri temple

2018 ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବ । କିନ୍ତୁ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ ଏବେ ଗୁରୁବାର କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରୁଛି । ନିଳାଦ୍ରୀ ବିଜେ ପରଠାରୁ ଏଯାବତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସୃଙ୍ଗାର ନୀତି ହୋଇନାହିଁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହା ପରେ ନୀତିରେ ବିଶୃଙ୍ଖଳା କରିବା ଅଭିଯୋଗରେ ନୋଟିସ ଜାରି କରାଯାଇଛି । ନୋଟିସକୁ ନେଇ ଦତ୍ତମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର କହିଛନ୍ତି ଯେ ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ । ଆମେ ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବନକଲାଗି କରିବାକୁ ଗୁରୁବାର ପ୍ରସ୍ତୁତ ଥିଲୁ । ହେଲେ ପ୍ରଶାସନର ଅବହେଳା ଯୋଗୁଁ ନୀତି ହୋଇପାରିଲା ନାହିଁ । ତେଣୁ ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର । ନହେଲେ ସତ୍ତ୍ୱଲିପିକୁ ଉଚ୍ଛେଦ କରିଦିଅନ୍ତୁ ପ୍ରଶାସନ । ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+