Get Updates
Get notified of breaking news, exclusive insights, and must-see stories!

ବାଲୁକା କଳାରେ 500 ଶିବଲିଙ୍ଗ, ଶିବରାତ୍ରୀର ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ । ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ବାଲିରେ ତିଆରି କରିଛନ୍ତି ମହାଦେବଙ୍କ ଏକ ବିରାଟ ପ୍ରତିମା । ଏହା ସହ 500 ଶିବଲିଙ୍ଗ ମଧ୍ୟ ତିଆରି କରିଛନ୍ତି ।

Sudarsan Pattnaik- sand art

ଶାନ୍ତି ପାଇଁ ପ୍ରାର୍ଥନା ଓଁ ନମଃ ଶିବାୟର ବାର୍ତ୍ତା ଦେବା ସହ ଜାଗରର ଶୁଭେଚ୍ଛା ଜଣାଇ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରାୟ 10 ଫୁଟ ଉଚ୍ଚତା ଓ 20 ଫୁଟ ଚଉଡାର ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇଥିବା ବେଳେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହାକୁ ଦେଖି ଉପଭୋଗ କରିଥିବା ପରିଲକ୍ଷିତ ହୋଇଛି । ବାଲୁକା ଶିଳ୍ପୀଙ୍କ ଏହି ବାଲିକା କଳା ବେଶ୍ ମନଲୋଭା ହୋଇଛି । ଏହି ବାଲୁକା କଳା ନିର୍ମାଣ ପାଇଁ 4 ଟନ୍ ର ବାଲି ବ୍ୟବହୃତ ହୋଇଛି । ଏଥିରେ ସେ 'ଶାନ୍ତି ପାଇଁ ପ୍ରାଥନା, ଓମ୍ ନମଃ ଶିବାୟ' ବାର୍ତ୍ତା ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+