ସିସୋର ଚିଟଫଣ୍ଡ ମାମଲା, ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍
ଭୁବନେଶ୍ୱର: ସିସୋର ଚିଟଫଣ୍ଡ ମାମଲାରେ ହେଲା ଚାର୍ଜଫ୍ରେମ୍ । 9 ବର୍ଷ ପରେ ଚାର୍ଜଫ୍ରେମ୍ କରିଛି ସିବିଆଇ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍ କରାଯାଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ୱାନ୍ କୋର୍ଟରେ ଚାର୍ଜଫ୍ରେମ୍ କଲା ସିବିଆଇ ।

ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି । 44 ଟି ଚିଟଫଣ୍ଡ ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ କରୁଛି । ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ ପ୍ରଭାତ ବିଶ୍ୱାଳ । ତେଣୁ 9 ବର୍ଷ ପରେ ପ୍ରଥମ ମାମଲାରେ ସିବିଆଇ ଚାର୍ଜଫ୍ରେମ୍ କରିଛି । 2014 ରେ ସିସୋର ସହ ଏକ ଜମି ଡିଲ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ଜେରା କରିଥିଲା ସିବିଆଇ । 29 ଲକ୍ଷ 25ହଜାର ଟଙ୍କାରେ 2011 ରେ ଏହି ଜମି କିଣିବା ପାଇଁ ଡିଲ ହୋଇଥିଲା । କିନ୍ତୁ କିଛି ମାସ ପରେ ଜମି ଡିଲରୁ ଓହରି ଯାଇଥିଲେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ । କିନ୍ତୁ ପ୍ରଭାତ ଓ ତାଙ୍କ ପତ୍ନୀ ସିସୋରକୁ ଆଉ ଟଙ୍କା ଫେରସ୍ତ କରି ନଥିବା ସିବିଆଇରେ ଅଭିଯୋଗ ହୋଇଥିଲା । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଦଫା 420,120 B, 409, 467 ଏବଂ 471 ଆଧାରରେ ଚାର୍ଜଫ୍ରେମ ହୋଇଛି ।












Click it and Unblock the Notifications