ବଡ଼ ସେକ୍ସ ରାକେଟର ପର୍ଦ୍ଦାଫାସ୍, 13 ଯୁବତୀ ଓ 14 ଗ୍ରାହକ ଗିରଫ
ଝାରସୁଗୁଡ଼ା: ଠାବ ହେଲା ସେକ୍ସ ରାକେଟ୍ । ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ା ନିକଟରେ ଏକ ହୋଟେଲରେ ରାତି ଅଧିଆ ଚଡଉ କରିଛି ପୋଲିସ୍ । ହୋଟେଲରୁ ଧରା ପଡ଼ିଛନ୍ତି 14 ଗ୍ରାହକ ଏବଂ 13 ଯୁବତୀ । ହୋଟେଲରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇ ରାତି ଅଧିଆ ଚଢ଼ାଉ କରିଥିଲା ପୋଲିସ ।

ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା 13 ଯୁବତୀ ଜିଲ୍ଲା ବାହାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଦଲାଲକୁ ମଧ୍ୟ ଗିରଫ କରିଛି । ହୋଟେଲରେ ଦୀର୍ଘଦିନ ଧରି ଦଲାଲ ଜରିଆରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଅତ୍ୟଧିକ ସୂଚନା ଜାଣିବା ପାଇଁ ପୋଲିସ ପଚରାଉଚୁରା ଜାରି ରଖିଛି । ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି।












Click it and Unblock the Notifications