Get Updates
Get notified of breaking news, exclusive insights, and must-see stories!

ଦୂର ହେବ ଟ୍ରାଫିକ୍ ସମସ୍ୟା, ରାଜଧାନୀରେ ନିର୍ମାଣ ହେବ 7 ଟି ଫ୍ଲାଏ ଓଭର

ଭୁବନେଶ୍ୱର: ରାଜଧାନୀରେ ଦୂର ହେବ ଟ୍ରାଫିକ୍ ସମସ୍ୟା । ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଭିଡ଼ରେ ଫସି ରହିବାକୁ ପଡ଼ିବନି । ବିଶେଷ କରି ଜୟଦେବ ବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେଉଥିବା ନାହିଁ ନଥିବା ଭିଡ଼ କମିବ ।

ରାଜଧାନୀ ଭୁବନେଶ୍ୱରରେ ଆଉ 7 ଟି ଫ୍ଲାଏଓଭର ନିର୍ମାଣ କରାଯିବ । ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଏହି ସମସ୍ତ ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋ ପାର୍କ ଛକ, ଜୟଦେବ ବିହାର ଛକ, ଜନତା ମଇଦାନ ଛକ, ଜାଭିୟର ଛକ, କଳିଙ୍ଗ ହସ୍ପିଟାଲ ଛକ, ନନ୍ଦନକାନନ ଛକ ଓ ପାୱାର ହାଉସ ଛକ ନିକଟରେ ଏହି ସମସ୍ତ ଫ୍ଲାଏଓଭର ନିର୍ମାଣ କରାଯିବ । ଫଳରେ ଟ୍ରାଫିକ୍ ସମସ୍ୟା ଅନେକାଂଶରେ ହ୍ରାସ ପାଇବ ।

fly over

ବିଧାନସଭା ମୌସୁମୀ ଅଧିବେଶନରେ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ କରାଯିବା ସହିତ ଫ୍ଲାଏଓଭର ନିର୍ମାଣ କରାଯିବ । ଏହାସହିତ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ଭବାନିପାଟଣା ଓ ଭଦ୍ରକ ଆଦି ସହରମାନଙ୍କରେ ରିଙ୍ଗରୋଡ଼ ନିର୍ମାଣ ନେଇ ମଧ୍ୟ ପ୍ରସ୍ତାବ ରହିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ ରାଜଧାନୀ ଉନ୍ନତି ପଥରେ ଅଗ୍ରସର ହେଉଥିବା ବେଳେ ଏଠାରେ ଜନସଂଖ୍ୟା ବଢ଼ିବା ସହିତ ଘରଦ୍ୱାର, ଶିକ୍ଷାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଟ୍ରାଫିକ ସମସ୍ୟାକୁ ଦୂର କରିବା, ଯାତାୟାତ ସୁବିଧା, ଦୁର୍ଘଟଣାକୁ ଏଡ଼ାଇବା ଉଦ୍ଦେଶ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ଫ୍ଲାଏଓଭର ନିର୍ମାଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+