କଟକରେ ବାଘ ଛାଲ ଡିଲ୍, 7 ଗିରଫ... ଏବେ ବି 6 ଜଣ ଗିରଫ
କଟକ: କଟକରେ ଧରା ପଡ଼ିଲା ବାଘ ଛାଲ ଡିଲ୍ । ନେତାଜୀ ବ୍ରିଜ୍ ପାଖରେ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଛି ପୋଲିସ୍ । ଏହି ଘଟଣାରେ 7 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଜପତି ଜିଲ୍ଲାରୁ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ 2 ଜଣ ଗିରଫ ହୋଇଛନ୍ତି । ଏବେ ବି 6ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।

ଏହି ଘଟଣାର ତଦନ୍ତ କରିଥିଲେ ଜଏଣ୍ଟ ଟାକ୍ସ ଫୋର୍ସ । ଗ୍ରାହକ ହୋଇ ଦୁଇ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିଥିଲେ ତଦନ୍ତକାରୀ ଅଧିକାରୀ । ପ୍ରଥମେ ଦୁଇ ଅଭିଯୁକ୍ତ ଧରା ପଡିବା ପରେ ବ୍ୟାଗ ଭିତରକୁ ବାଘ ଛାଲ ମିଳିବା ସହ ଜଣେ ପରେ ଜଣେ ଅଭିଯୁକ୍ତି ଧରାପଡିଛନ୍ତି । ଗଜପତି ଜିଲ୍ଲାରୁ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା 2 ଜଣ ଗିରଫ ହୋଇଛନ୍ତି ।
2019 ରେ ବ୍ରହ୍ମପୁର ବରିହାକଟା ଜଙ୍ଗଲରେ ଫାସ ବସାଇ ବାଘକୁ ଶିକାର କରାଯାଇଥିଲା । ଗଜପତି ଜିଲ୍ଲାର ମୋହନା ଥାନା ଅଂଚଳର ଅଭିଯୁକ୍ତ 3 ବର୍ଷ ଧରି ବାଘଛାଲକୁ ଶୁଖାଇ ରଖିଥିଲେ । ଏହାକୁ ବିକ୍ରି କରିବା ପାଇଁ 4ଟି ଜିଲ୍ଲାରେ ମାଫିଆଙ୍କ ସହ ଅଭିଯୁକ୍ତ ଯୋଗାଯୋଗ କରିଥିବା ପିସିସିଏଫ୍ ସୂଚନା ଦେଇଛନ୍ତି ।
କେବଳ ଏତିକି ନୁହେଁ ବାଘ ଛାଲ ସହ ନଖ ମଧ୍ୟ ବିକ୍ରି କରାଯାଇଥିଲା । ସେହି ନଖକୁ କିଣିଥିବା ଜଣେ ଅଭିଯୁକ୍ତ ନିଜ ଘର ଲୋକଙ୍କୁ ନଖରେ ତିଆରି ଗହଣା ଉପହାରରେ ଦେଇଥିଲା । ଯାହାକୁ ଜବତ କରିଛି ବନ ବିଭାଗ । ଏହାକୁ ବିକ୍ରି କରିବା ପାଇଁ 4ଟି ଜିଲ୍ଲାରେ ମାଫିଆଙ୍କ ସହ ଅଭିଯୁକ୍ତ ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ଅଜିତ ଶତପଥୀ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications