ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ
ଯାଜପୁର: ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା । ଟ୍ରଲର-ଆଇଚର-ପିକଅପ୍ ଭ୍ୟାନ୍ ମଧ୍ୟରେ ହୋଇଛି ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଯାଜପୁର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ଘଟିଛି ସିରିଜ ଦୁର୍ଘଟଣା । ରାଜପଥରେ ଛିଡା ହୋଇଥିବା ଟ୍ରଲର ପଛ ପଟୁ ଏକ ଆଇଚର ପିଟି ହୋଇଯାଇଥିଲା । ପୁଣି ଆଇଚର ପଛପଟେ ପିଟି ହୋଇ ରାସ୍ତା ତଳକୁ ଖସିପଡିଥିଲା ପିକଅପ ଭ୍ୟାନ୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।












Click it and Unblock the Notifications