ପୁଣି ଆପାର୍ଟମେଣ୍ଟ ଚୋରୀ ! 3 ଟି ଫ୍ଲାଟର ସିରିଜ ଚୋରୀ
ଭୁବନେଶ୍ୱର: ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା । କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲେ ଲୁଟେରା । ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ହୋଇଛି ସିରିଜ ଲୁଟ୍ । ଭୁବନେଶ୍ୱର ପାହାଳ ଥାନା ଭୀମପୁର ସ୍ଥିତ କଲ୍ୟାଣୀ ହାଇଟ୍ସ ଆପାର୍ଟମେଣ୍ଟର 3 ଟି ଫ୍ଲାଟରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଘର କବାଟ ଭାଙ୍ଗି ଲୁଟ୍ କରିଛନ୍ତି ଲୁଟେରା ।

ଗୋଟିଏ ଫ୍ଲାଟ୍ରୁ 6 ଟି ମୁଦି, 10ଟି ସୁନା ଚେନ୍, 8ଟି ଗୋଲ୍ଡ ଲକେଟ୍, 15 ହାଜର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । 3 ଟି ଫ୍ଲାଟ୍ରୁ 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘର ମାଲିକଙ୍କୁ ପଚରା ଉଚରା କରିଛି ।
କଲ୍ୟାଣୀ ହାଇଟ୍ସ ଆପାର୍ଟମେଣ୍ଟର ବି-106, ବି-305 ଏବଂ ସି-302 ଫ୍ଲାଟରେ ରହୁଥିବା ଲୋକଙ୍କ ଘରୁ 30 ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଲୁଟ୍ ହୋଇଛି । ଖବର ପାଇ ପାହାଳ ଥାନା ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ସହ ଚାରିଆଡ଼େ ଚଢ଼ାଉ ଜାରି ରଖିଛି । ତେବେ ପୋଲିସ ପକ୍ଷରୁ ସହରର ସବୁଆଡେ କଡାକଡି ବ୍ଲକିଂ ଚେକିଂ ସହ ନାଇଟ୍ ପାଟ୍ରୋଲିଂ ହେଉଥିଲେ ମଧ୍ୟ ଲୁଟେରାମାନେ ଖୋଲା ଚାଲେଞ୍ଜ ଦେଇ ଏପରି ଲୁଟ୍ କରୁଥିବାରୁ ଲୋକେ ଆତଙ୍କିତ ହୋଇଥିବା ବେଳେ ପୋଲିସର ମୁଣ୍ଡବିନ୍ଧା ହୋଇଛି ।












Click it and Unblock the Notifications