କେନ୍ଦୁଝରରେ ସିରିଜ ଦୁର୍ଘଟଣା, 3 ଟ୍ରକ୍ ଓ 4 ବାଇକ୍ ଉପରେ ଚଢିଗଲା ଟ୍ରକ୍
କେନ୍ଦୁଝର: ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲାରେ ସିରିଜ ଦୁର୍ଘଟଣା । ତିନି ଟ୍ରକ୍ ଓ 4 ବାଇକ ଉପରେ ଚଢିଗଲା ଲୁହାପଥର ବୋଝେଇ ଟ୍ରକ୍ । ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟ ସାମଲ ମୋଟର ସମ୍ମୁଖରେ ଆଜି ସକାଳେ ଘଟିଛି ସିରିଜ୍ ଦୁର୍ଘଟଣା ।

ମିଳିଥିବା ସୂଚସାରେ, ଏକ ଲୁହାପଥର ବୋଝେଇ ଟ୍ରକ୍ ଦ୍ରୁତଗତିରେ ଆସି 3 ଟି ଟ୍ରକ ଏଵଂ 4ଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ବ୍ରେକ୍ ଫେଲ୍ ହେବା ଯୋଗୁ ଟ୍ରକଟି ଦୁର୍ଘଟଣା ଘଟାଇଥିବା କୁହାଯାଉଛି। ଲୁହାପଥର ବୋଝେଇ ଟ୍ରକଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ପୋଲିସର ଜିମା ଦେଇଥିବା ବେଳେ ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।












Click it and Unblock the Notifications