Get Updates
Get notified of breaking news, exclusive insights, and must-see stories!

ଆଗୁଆ ନିର୍ବାଚନକୁ ନେଇ ବଡ଼ ଖବର, 13 ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଥି ମଧ୍ୟରେ ଆସନ୍ତା 13 ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

nikunj dhal

କେନ୍ଦ୍ର ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । 9ଟି ଜିଲ୍ଲା ପାଇଁ ଭିଭିପାଟ ବି ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ଯାଞ୍ଚ ହେବ । ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ନିର୍ବାଚନ ନେଇ ଏହା ଏକ ପ୍ରକ୍ରିୟା । ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନାହିଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି ।

ତେବେ ରାଜ୍ୟରେ ରାଜନୈତିକ ବୟାନବାଜିକୁ ଲକ୍ଷ୍ୟ କଲେ ଆଗୁଆ ନିର୍ବାଚନ ହେବାନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ପରେ ନିର୍ବାଚୟ ଆୟୋଗଙ୍କ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ଖୋରକ୍ ଯୋଗାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+