‘ଯେଉଁଠି ସମ୍ମାନ ନାହିଁ, ସେ ଦଳରେ ରହିବି କାହିଁକି', ଏମିତି ଲେଖି ବିଜେଡ଼ି ଛାଡ଼ିଲେ ଅସିତ୍ ପଟ୍ଟନାୟକ
ଭଦ୍ରକ: ଭଦ୍ରକ ବିଜେଡ଼ିର କମ୍ପନ । ଦଳ ଛାଡ଼ିଦେଲେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଯେଉଁଠି ସମ୍ମାନ ନାହିଁ, ସେ ଦଳରେ ରହିବି କାହିଁକି ଲେଖି ସେ ଦଳ ଛାଡ଼ିଛନ୍ତି ।
ଦଳ ତାଙ୍କୁ ଟିକେଟ୍ ନ ଦେବା ପରେ ସେ ବିଜେଡ଼ି ଛାଡ଼ିଛନ୍ତି । 2024 ରେ ଅସିତଙ୍କୁ ଦଳ ଟିକଟ ନ ଦେଇ ଭଣ୍ଡାରିପୋଖରୀର ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କୁ ପ୍ରାର୍ଥୀ କରିଛି । ଅସିତଙ୍କୁ ଦଳ ଦୁଇ ଦୁଇଟି ନିର୍ବାଚନରେ ଟିକଟ ନ ଦେବା ପରେ ଅସିତ ବିଜେଡ଼ି ଦଳରୁ ଇସ୍ତଫା ଦେଇଛନ୍ତି । ଗୁରୁବାର ଆସିତ ପଟ୍ଟନାୟକ ଓ ତାଙ୍କର ବହୁ ସମର୍ଥକ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି ।

ଅସିତଙ୍କର ଏହି ଇସ୍ତଫା ପରେ ଭଦ୍ରକ ରାଜନୀତିରେ କମ୍ପନ ସୃଷ୍ଠି ହୋଇଛି । ଅସିତଙ୍କୁ 2019 ମସିହାରେ ବିଜେଡ଼ି ଦଳ ଟିକେଟରୁ ବଞ୍ଚିତ କରିଥିଲା । ତାଙ୍କୁ ନିର୍ବାଚନରେ ଦଳ ରାଜ୍ୟ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା । ଅସିତଙ୍କ ସମର୍ଥନରେ ଭଦ୍ରକ ପୌର ପଳିକାର ଅଧ୍ୟକ୍ଷା ଗୁଲ୍ମୁ ମୁକ୍କି ହାବିବ , ଯୁବ ନେତା ଜାହିଦ୍ ହବିବଙ୍କ ସମେତ ଭଦ୍ରକର ଅନେକ କାଉନସିଲର ରହିଛନ୍ତି । ଭଦ୍ରକ ରାଜନୀତିରେ ଯୁଗଳ କିଶୋର ପଟ୍ଟନାୟକଙ୍କର ଏକ ସ୍ୱତନ୍ତ୍ର ଭୋଟ୍ ବ୍ୟାଙ୍କ ରହିଛି । ଏହାକୁ ନେଇ ପୁଅ ଅସିତ ପୁଣି ଭଦ୍ରକ ରାଜନୀତିର ମଇଦାନକୁ ଆସିବେ ବୋଲି ଚର୍ଚ୍ଚା ହେଉଛି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications