ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀଙ୍କ ପରୀକ୍ଷା କରୁଥିଲେ ସିକ୍ୟୁରିଟି ଗାର୍ଡ, ବଦଳି ହେଲେ ଡାକ୍ତର
ଭୁବନେଶ୍ୱର: ନିକଟରେ ଓଡିଶାର ଝାରସୁଗୁଡା ଜିଲ୍ଲାର ଲାଇକେରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ରକ୍ତଚାପ ଯାଞ୍ଚ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ପରେ ଡାକ୍ତରଙ୍କୁ ସେଠାରୁ ବଦଳି କରାଯାଇଛି ।

ଝାରସୁଗୁଡା ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଦୋଳମଣି ପଟେଲଙ୍କ ଦ୍ୱାରା ଗଠିତ ଏକ ପାଞ୍ଚ ଜଣିଆ ଟିମ୍ ଦ୍ୱାରା ଘଟଣାର ଯାଞ୍ଚ ପରେ ସମ୍ପୃକ୍ତ ଡାକ୍ତର ଟାଙ୍କେଶ୍ୱର ବୁଡୁଲାଙ୍କୁ ଲଖନପୁର ବ୍ଲକର ରେମାଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ସ୍ଥାନାନ୍ତର କରାଯାଇଛି ।
ସୂଚନାନୁସାରେ, ସିକ୍ୟୁରିଟି ଗାର୍ଡ ସକାଳ 11 ଟା ପରେ ରୋଗୀମାନଙ୍କ ପରୀକ୍ଷା କରୁଥିଲେ । ସେ ରେଜିଷ୍ଟରରେ ରୋଗୀଙ୍କ ନାମ ଲେଖିବା ସହ ସେମାନଙ୍କର ତାପମାତ୍ରା, ରକ୍ତଚାପ ଯାଞ୍ଚ କରିବା ସହ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ ଔଷଧ ମଧ୍ୟ ଲେଖିଥିବା ଅଭିଯୋଗ ହୋଇଥିଲା ।
ରୋଗୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଅତୀତରେ ଏହି ପ୍ରସଙ୍ଗ ଉଠାଇଥିଲେ କିନ୍ତୁ ସେତେବେଳେ କୌଣସି ପଦକ୍ଷେପ ନିଆଯାଇନଥିଲା ।












Click it and Unblock the Notifications