ନିର୍ବାଚନ ପାଇଁ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା, ଓଡ଼ିଶା ଆସିଲେ 15 କମ୍ପାନୀ CAPF
ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା । ଶାନ୍ତିଶୃଙ୍ଖଳା ତଥା ଅବାଧରେ ନିର୍ବାଚନ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଏଧି ମଧ୍ୟରେ ସମଗ୍ର ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ 75 କମ୍ପାନୀ ଫୋର୍ସ ଆଲର୍ଟ କରାଯାଇଛି ।
ସେଥି ମଧ୍ୟରୁ 15 କମ୍ପାନୀ CAPF ଫୋର୍ସ ପହଞ୍ଚିବେ । ସେମାନଙ୍କୁ 15 ଜିଲ୍ଲାରେ ମୁତୟନ କରାଯିବ । ଆସନ୍ତା କିଛି ଦିନ ମଧ୍ୟରେ ଆଉ 60 କମ୍ପାନୀ ଫୋର୍ସ ପହଞ୍ଚିବେ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । ପରିସ୍ଥିତି ଦେଖି ଫୋର୍ସ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି ।

ଓଡ଼ିଶା ପାଇଁ 75 କମ୍ପାନୀ ଫୋର୍ସ ନିୟୋଜିତ ହେବେ । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 15 କମ୍ପାନୀ ଓଡ଼ିଶା ଆସିଛନ୍ତି। ସେମାନଙ୍କୁ ବ୍ରହ୍ମପୁର, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଭୁବନେଶ୍ୱର ରେ ନିୟୋଜିତ କରାଯିବ । ଅନ୍ୟ 60 କମ୍ପାନୀ ଫୋର୍ସ ଆସିଲେ ସେମାନଙ୍କୁ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ମୁତୟନ କରାଯିବ ।
ଓଡ଼ିଶାର 10 ଟି ଜିଲ୍ଲାରେ ନକ୍ସଲପ୍ରବଣ ହୋଇଥିବା ବେଳେ ସେଠାରେ ଅଧିକାଂଶ ସମୟରେ ନକ୍ସଲମାନେ ହିଂସାକାଣ୍ଡ ଘଟାଉଛନ୍ତି । ଛତିଶଗଡ଼ର ନକ୍ସଲ ମଧ୍ୟ ଓଡ଼ିଶାରେ ପ୍ରବେଶ କରି ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ ଘଟାଉଛନ୍ତି । ତେଣୁ ନିର୍ବାଚନ ସମୟରେ ସେମାନେ ଯେପରି ଓଡ଼ିଶାରେ ପ୍ରବେଶ କରି ନ ପାରିବେ ସେ ଦିଗରେ ତୀକ୍ଷ୍ଣ ଦୃଷ୍ଟି ଦିଆଯିବ ।












Click it and Unblock the Notifications