Get Updates
Get notified of breaking news, exclusive insights, and must-see stories!

ଭଦ୍ରକ ମଦିନା ମୈଦାନରେ 144 ଧାରା ଲାଗୁ

ଭଦ୍ରକ: ମଦିନା ମୈଦାନ ଓ ଏହାର 200 ମିଟର ପରିଧି ଭିତରେ 144 ଧାରା ଲାଗୁ । ଶୁକ୍ରବାର ପୂର୍ବାହ୍ନ 11 ଟାରୁ ଶନିବାର ସକାଳ 6ଟା ପର୍ଯ୍ୟନ୍ତ 144 ଧାରା ବଳବତ୍ତର ରହିବ । 144 ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର । ଆଇନ ଶୃଙ୍ଖଳା ବିପର୍ଯୟ ହେବା ଆଶଙ୍କାକୁ ଏଡ଼ାଇବା ପାଇଁ ଏହି କଟକଣା ଲାଗୁ କରାଯାଇଛି । ନିୟମ ଉଲଂଘନ କଲେ ଭଦ୍ରକ ପୁରୁଣାବଜାର ପୋଲିସକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ।

bhadrak- section 144

ସୂଚନା ଅନୁସାରେ ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ । ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ହେବା ସହ ହତ୍ୟା, ଦଙ୍ଗା ଓ ସାଧାରଣ ଜନତାଙ୍କ ଧନ, ଜୀବନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ଭଦ୍ରକ ମୁସଲିମ ଜମାତର କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନଙ୍କ ଅଭିଯୋଗ ଭିତ୍ତିରେ ଭଦ୍ରକ ସବ ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପ-ଜିଲ୍ଲାପାଳ ମନୋଜ ପାତ୍ର ଏହି ନିଷ୍ପତ୍ତି ନେଇଛନ୍ତି ।

ଏହି ଆଦେଶ କୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପୁରୁଣା ବଜାର ଥାନା ଆଇଆଇସି ଙ୍କୁ ନିର୍ଦେଶ ଦେବା ସହ ଏ ନେଇ ଜିଲ୍ଲାପାଳ, ଏସପି, ସିଟି ଡିଏସପି ପ୍ରମୁଖଙ୍କୁ ଅବଗତ କରାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+