ଭୁବନେଶ୍ୱର ରୁ ଜୟପୁରକୁ ଉଡ଼ିଲା ଦ୍ୱୀତିୟ ବିମାନ
ଭୁବନେଶ୍ୱର: ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ୱୀତିୟ ବିମାନ । କୋରାପୁଟ ଜିଲ୍ଳା ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ । ଭୁବନେଶ୍ୱରରୁ ଇଣ୍ଡିଆୱାନ୍ ଏୟାର ବିମାନଟି ଆଜି ସକାଳ 7.10 ରେ ଉଡ଼ାଣ ଭରି ସକାଳ 8.45 ରେ ଜୟପୁରରେ ପହଞ୍ଚିଛି । ସେହିପରି 9 ଟାରେ ଜୟପୁରରୁ ଛାଡି 10.35 ରେ ଭୁବେନଶ୍ୱରରେ ପହଞ୍ଚିବ । ବିମାନଟି ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ଚଳାଚଳ କରିବ ।

ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି । ଏହି ବିମାନରେ 9 ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଛି । ଜୟପୁରକୁ ଗୋଟିଏ ବିମାନ କମ୍ ପଡୁଥିବାର ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗ୍ରସ୍ତ ସମୟରେ ଆଉ ଏକ ବିମାନ ଚଳାଇବାକୁ ଅନୁରୋଧ କରିଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ଦାବି ଉପରେ ମୋହର ମାରିଥିବାରୁ ଜୟପୁରବାସୀ କୃତଜ୍ଞତା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର 31 ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା । ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳକୁର ଶୁଭାରମ୍ଭ କରିଥିଲେ ।












Click it and Unblock the Notifications