ଦିନକ ପରେ ଭୁବନେଶ୍ୱର-ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ
ଭୁବନେଶ୍ୱର: ଭୁବନେଶ୍ୱର ରୁ ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ । ଦିନକ ପରେ ଅର୍ଥାତ୍ ନଭେମ୍ବର 6 ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ବିମାନ ସେଵା । ସପ୍ତାହକୁ ଦୁଇ ଦିନ ଭରିବ ଉଡ଼ାଣ । ସୋମବାର ଓ ଶୁକ୍ରବାର ଦିନ ମିଳିବ ବିମାନ ସେବା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ୱାନ୍ ଏୟାର ।

ପ୍ରାରମ୍ଭିକ ଅଫରରେ ମାତ୍ର 2999 ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ ।
ଏ ନେଇ ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏହି ବିମାନ ଭୁବନେଶ୍ୱରରୁ ସକାଳ 7.10 ମିନିଟରେ ବାହାରି ଜୟପୁରରେ 8.45 ମିନିଟରେ ପହଞ୍ଚିବ । ସେହିପରି ଜୟପୁରରୁ ସକାଳ 9 ଟାରେ ବାହାରି ଭୁବନେଶ୍ୱରରେ 10.35 ମିନିଟରେ ପହଞ୍ଚିବ । ଏହି ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରିବେ ।
ପୂର୍ବରୁ ପ୍ରଥମ ବିମାନ 6ଦିନ ବିମାନ ସେବା ଯୋଗାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଏହା 3 ଦିନ ସେବା ଯୋଗାଉଥିଲା । ଗତବର୍ଷ ଅକ୍ଟୋବର 31 ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ ।












Click it and Unblock the Notifications