ରଥଯାତ୍ରା ପାଇଁ ସମନ୍ୱୟ ବୈଠକ, ପୁରୀକୁ ଚାଲିବ 210 ସ୍ୱତନ୍ତ୍ର ଟ୍ରେନ୍

train

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରଥଖଳାରୁ ପୁରୀ ପ୍ରଶାସନ ଚଳଚଞ୍ଚଳ ରହିଛି । ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁରୀରେ ଆଜି ବସିଥିଲା ଦ୍ୱିତୀୟ ସମନ୍ୱୟ ବୈଠକ । ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଏଥିରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା, ସ୍ୱାସ୍ଥ୍ୟ, ରଥ ନିର୍ମାଣ ଭଳି 21 ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୈଠକରେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବାକୁ ଗୁରୁତ୍ୱ ଦିଆଯାଇଛି ।

ରଥ ନିର୍ମାଣ ପାଇଁ ତଦାରଖ କମିଟି ଗଠନ ହୋଇଛି । ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ 341 ଖଣ୍ଡ ଓ ଖପୁରିଆ କରତ କଳକୁ 332 ଖଣ୍ଡ କାଠ ଆସିଛି । ଏପରିକି ପୁରୀରେ 2 ମାସ ପାଇଁ ଅସ୍ଥାୟୀ ସ ମିଲ୍ କରିବା ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିରର ଚାରିଦ୍ୱାରରେ ଭକ୍ତ ପ୍ରବେଶ ନେଇ ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।
ରଥଯାତ୍ରା ସମୟରେ 29 ଆଶୁ ଚିକିତ୍ସା କେନ୍ଦ୍ର, 5 ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ, 2ଟି ଖାଦ୍ୟ ନିରୀକ୍ଷକ ଟିମ୍ ରହିବେ । ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ, ରଥ କର୍ଡନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ସହ ସମନ୍ୱିତ ପୋଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି କହିଥିଲେ ଅତିରିକ୍ତ ଡିଜି ।

ଏହା ସହିତ ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମ ପାଇଁ ପୁରୀକୁ 210 ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଗୁଜରାଟର ଅହମଦାବାଦରୁ 3000 ମିଟର ରଥ କନା ଆସିଛି । 200 କେଜି ଝୁଣା ମହଜୁଦ୍ ଅଛି । ତାମିଲନାଡୁରୁ 300 କେଜି ଚନ୍ଦନ କାଠ ଆସିବାକୁ ଥିବାବେଳେ 14 ଟି ରଥ ଟଣା ଓ 9 ଟି ଇନର ଓ ଆଉଟର କର୍ଡନ ଦଉଡ଼ି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+