ଆଜି ଘୋଷଣା ହୋଇପାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପୂର୍ବାହ୍ନ 11.30 ମିନିଟରେ ପ୍ରେସମିଟ୍ ଡାକିଛନ୍ତି ।
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପୂର୍ବାହ୍ନ 11.30 ମିନିଟରେ ପ୍ରେସମିଟ୍ ଡାକିଛନ୍ତି । ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ ଆୟୋଗର ପ୍ରେସମିଟ୍ ବସିବ । ଏଠାରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

ଗତକାଲି ସର୍ବଦଳୀୟ ବୈଠକ ବସିଥିବାବେଳେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସପକ୍ଷରେ ଅଛନ୍ତି । ସେପଟେ ବିରୋଧି ଦଳ ବିଜେପି ଓ କଂଗ୍ରେସ ନିର୍ବାଚନ ଘୁ଼ଞ୍ଚାଇବା ନେଇ ଯୁକ୍ତି ବାଢିଥିଲେ । ଅନ୍ୟପଟେ ଯେହେତୁ ଜାତୀୟ ନିର୍ବାଚନ କମିଶନ ପାଞ୍ଚଟି ରାଜ୍ୟରେ କୋଭିଡ କଟକଣା ମୁତାବକ ନିର୍ବାଚନ କରିବାକୁ ଚାହୁଁଛନ୍ତି । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଉକ୍ତ କଟକଣା ମୁତାବକ ନିର୍ବାଚନ କରିବାକୁ ଆଗ୍ରହୀ ଅଛନ୍ତି ।
ସେପଟେ ଅପରାହ୍ନରେ ନିର୍ବାଚନ ଆୟୋଗ ରାଜ୍ୟ ପୋଲିସ ଡିଜି ଓ ଗୃହ ସଚିବଙ୍କ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ବୈଠକ କରିଥିଲେ । ପରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏ ବିଷୟରେ ଅବଗତ କରିଥିଲେ । ତେଣୁ ନିର୍ବାଚନକୁ ସଠିକ ସମୟରେ ଆହୁତ କରିବାକୁ ଚାହୁଁଥିବା ନିର୍ବାଚନ ଆୟୋଗ ଆଜି ସାଢେ 11 ଟା ସମୟରେ ତାରିଖ ଘୋଷଣା କରିପାରନ୍ତି ।












Click it and Unblock the Notifications