ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍; ସତର୍କ ରହିବାକୁ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି
ଭୁବନେଶ୍ୱର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟରେ ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ୍ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ 6 ଜଣଙ୍କର ପ୍ରାଣହାନି ହେଲାଣି ।
ସ୍କ୍ରବ୍ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।

ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ । ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ । ଏହି ରୋଗ ସାଧବାଣି ପୋକରୁ ହେଉଛି । ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ । ଯଦି ସାଧବାଣି ପୋକ ମୂଷାକୁ କାମୁଡିବା ପରେ ମଣିଷକୁ କାମୁଡିଵ, ତେବେ ସ୍କ୍ରବ ଟାଇଫସ ହେବ । ତୁରନ୍ତ ପରୀକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।
କେବଳ ବରଗଡ଼ରେ ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହି ସ୍କ୍ରବ୍ ଟାଇଫସ୍ ରୋଗ ନୂଆ ନୁହେଁ । 'ଚିଗର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବା କଷ୍ଟକର । ଏହି କୀଟ ପଶୁମାନଙ୍କ ଦେହରେ ବି ରହିଥାଏ । ଏହି କୀଟ କାମୁଡ଼ିଲେ ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଘୋଳାବିନ୍ଧା ଲାଗି ରହିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ଏ ନେଇ ସତର୍କ ରହିବା ଜରୁରୀ । ଚାଷଜମି ଓ ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହି କୀଟ କାମୁଡ଼ିବା ସମ୍ଭାବନା ଅଧିକ ହୋଇଥାଏ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡିଥାଏ, ସେଠାରେ ସ୍କିନ୍ ଡେଡ୍ ହୋଇଯାଏ । ଯାହାକୁ ଏଚାର ବୋଲି କୁହାଯାଏ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲରେ ଏଲିଶା ପଦ୍ଧତିରେ ହୋଇଥାଏ । ସ୍କ୍ରବ୍ ଟାଇଫସ ରୋଗ ଚିହ୍ନଟ ହେଲେ ଚିକିତ୍ସା ସହଜ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହାର ଚିକିତ୍ସା ବାବଦରେ ମୁଖ୍ୟତଃ ଆଣ୍ଟି-ବାଓଟିକ୍ ଦିଆଯାଇଥାଏ । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ରହିଥିଲେ ମଧ୍ୟ ଅଧିକ କେସ୍ କେନ୍ଦୁଝରରୁ ଆସୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ସ୍କ୍ରବ୍ ଟାଇଫସ୍ ରୋଗ ହେଲେ 5 ରୁ 6 ଦିନ ପର୍ଯ୍ୟନ୍ତ ଜ୍ୱର ରହିଥାଏ । ତେଣୁ ଯାହାର ଜ୍ୱର ନ କମୁଛି, ସେ ସ୍କ୍ରବ୍ ଫାଇଟସ୍ ପରୀକ୍ଷା କରାଇ ନେବା ଜରୁରୀ ବୋଲି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications