ସ୍କ୍ରବ୍ ଟାଇଫସ୍: ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍
ସୁନ୍ଦରଗଡ଼: ରାଜ୍ୟର ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢିଚାଲିଛି । ଏହି ସମୟରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି 4 ଜଣିଆ କେନ୍ଦ୍ରୀୟ ଟିମ୍ । ତାଙ୍କ ସହ ରାଜ୍ୟର 2 ଜଣ ସଦସ୍ୟ ଅଛନ୍ତି ।
ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ସିଡିଏମଓ ଡ. ଧରଣୀରଞ୍ଜନ ଶତପଥୀଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଛନ୍ତି ।

ଏହି ଟିମରେ଼ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ନୂଆଦିଲ୍ଲୀ, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର (ମାଇକ୍ରୋବାୟୋଲୋଜି), ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ, ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ ରହିଛନ୍ତି। ସମୀକ୍ଷା ପରେ ଟିମ୍ ହସ୍ପିଟାଲ ଓ କ୍ଷେତ୍ର ପରିଦର୍ଶନରେ ଯିବାର ସୂଚନା ରହିଛି । ସୂଚନାଥାଉକି, ଗତ 24 ଘଣ୍ଟା ମଧ୍ୟରେ ଆଉ 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 292 ରେ ପହଞ୍ଚିଛି ।
ଚିଗର ପୋକ କାମୁଡିବା ଦ୍ୱାରା ବ୍ୟାପୁଥିବା ଏହି ରୋଗ ଏବେ ଚିନ୍ତାର କାରଣ ପାଲିଟିଛି । ଚିଗର ପ୍ରଥମେ ଏହି ରୋଗ ହେବା ଦ୍ୱାରା ଶରୀରରେ ଘା' ଭଳି ଲକ୍ଷଣ ଦେଖାଯାଏ । ପରେ ଘା' ଚାରିପାଖ ନାଲି ପଡ଼ିଯାଏ । ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ୱର ହେବା ସହ ଘୋଳାବିନ୍ଧା ହୁଏ । ଏହା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ । ବର୍ଷା ଦିନ ଥିବାରୁ ଲୋକମାନଙ୍କୁ ବୁଦାଳିଆ ଓ ଚାଷ ଜମିକୁ ଯିବା ସମୟରେ ଶରୀରକୁ ପୁରା କପଡ଼ାରେ ଢାଙ୍କି ଯିବା ଲାଗି ସଚେତନ କରାଯାଉଛି ।












Click it and Unblock the Notifications