ସୁନ୍ଦରଗଡ଼ରେ ବଢୁଛି ସ୍କ୍ରବ୍ ଟାଇଫସ୍ ଆତଙ୍କ, ଚିହ୍ନଟ ହେଲେ 13 ଆକ୍ରାନ୍ତ
ସୁନ୍ଦରଗଡ: ଡେଙ୍ଗୁ ସହ ସ୍କ୍ରବ୍ ଟାଇଫସ୍ ରାଜ୍ୟରେ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା ବଢଇବାରେ ଲାଗିଛି । ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲାରୁ 13 ଜଣ ସ୍କ୍ରବ ଟାଇଫସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଜିଲ୍ଲା ମୋଟ ପଜିଟିଭ୍ ସଂଖ୍ୟା 263 କୁ ବୃଦ୍ଧି ପାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତର ଭାବେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ 69 ଟି ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ସେଥିରୁ 13 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 263 ରେ ପହଞ୍ଚିଛି ।
ଅପରପକ୍ଷରେ ମେଡିକାଲ ଓ ଜିଲ୍ଲା ପ୍ରଶାସନ ଲଗାତର ଭାବେ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ କରି ଚାଲିଛି । ଡାକାବିଜ ଓ ପାଲା ମାଧ୍ୟମରେ ସଚେତନ କରାଯାଉଛି । ଏପରି ରୋଗଙ୍କୁ ଲୋକଙ୍କୁ କିପରି ରକ୍ଷାକରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି ।












Click it and Unblock the Notifications