ସ୍କ୍ରବ୍ ଟାଇଫସ୍ ଆତଙ୍କ: ରାଜ୍ୟରେ ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ 162 ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଆତଙ୍କ ରଚିଛି ସ୍କ୍ରବ୍ ଟାଇଫସ୍ ରୋଗ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି ।

ଏହି ସମୟରେ ଗୋଟିଏ ଦିନରେ ସୁନ୍ଦରଗଡ଼ ଓ ବରଗଡ଼ରୁ 32 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ 27 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ସୁନ୍ଦରଗଡ଼ରେ ସମୁଦାୟ ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା 162 ରେ ପହଞ୍ଚିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ ।
ସେପଟେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି 14 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ 5 ଜଣଙ୍କ ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ୍ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ ।
ବରଗଡ, ନବରଙ୍ଗପୁର ଓ ସୁନ୍ଦରଗଡରେ ମଧ୍ୟ ଏହି ରୋଗ ବ୍ୟାପୁଛି । କେନ୍ଦୁଝରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଭିମସାରରେ ବର୍ତମାନ ସୁଦ୍ଧା 30 ରୋଗୀ ଚିକିତ୍ସା ପାଇଁ ଆସିଥିବା ଜଣାପଡିଛି । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ 5 ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି ।












Click it and Unblock the Notifications