Get Updates
Get notified of breaking news, exclusive insights, and must-see stories!

କେନ୍ଦୁଝରରେ ସ୍କ୍ରବ ଟାଇଫସ୍ ଆତଙ୍କ ! 334 ଜଣ ପଡିଟିଭ୍

ଭୁବନେଶ୍ୱର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟରେ ଆତଙ୍କ ଖେଳାଇଛି ସ୍କ୍ରବ୍ ଟାଇଫସ୍‌ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କୀଟ ଆକ୍ରମଣରେ ଲୋକଙ୍କ ପ୍ରାଣହାନି ଖବର ମଧ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ 6 ଜଣଙ୍କର ପ୍ରାଣହାନି ହେଲାଣି ।
ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ରହିଛି । କେବଳ କେନ୍ଦୁଝରରେ 334 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । 887 ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ 334 ଜଣଙ୍କର ପଜିଟିଭ୍‌ ଆସିଛି । ଏ ନେଇ କେନ୍ଦୁଝର CDMO ସୂଚନା ଦେଇଛନ୍ତି ।

scrub typhus

କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲରେ 15 ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଯୋଡ଼ା, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଏହାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କ୍ରବ୍‌ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ ।

ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତ୍ୟୁଦେହ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି । ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ । ଏହି ରୋଗ ସାଧବାଣି ପୋକରୁ ହେଉଛି । ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ । ଯଦି ସାଧବାଣି ପୋକ ମୂଷାକୁ କାମୁଡିବା ପରେ ମୂଷା ମଣିଷକୁ କାମୁଡିଵ, ତେବେ ସ୍କ୍ରବ ଟାଇଫସ ହେବ । ତୁରନ୍ତ ପରୀକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।

ସ୍କ୍ରବ୍ ଟାଇଫସ୍ ରୋଗ ହେଲେ 5 ରୁ 6 ଦିନ ପର୍ଯ୍ୟନ୍ତ ଜ୍ୱର ରହିଥାଏ । ତେଣୁ ଯାହାର ଜ୍ୱର ନ କମୁଛି, ସେ ସ୍କ୍ରବ୍ ଫାଇଟସ୍ ପରୀକ୍ଷା କରାଇ ନେବା ଜରୁରୀ ବୋଲି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+