ସଡ଼କ ଦୁର୍ଘଟଣାର ହେବ ସାଇଣ୍ଟିଫିକ୍ ତଦନ୍ତ, ତିଆରି ହୋଇଛି IRAD ଡାଟାବେସ୍

ଭୁବନେଶ୍ୱର: ରାଜ୍ୟରେ ଦୈନନ୍ଦିନ ସଡ଼କ ଦୁର୍ଘଟଣା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏହାକୁ ରୋକିବା ତଥା ଦୁର୍ଘଟଣାର କାରଣ ଜାଣିବା ପାଇଁ ହେବ ସାଇଣ୍ଟିଫିକ୍ ତଦନ୍ତ । ଦୁର୍ଘଟଣାର କାରଣ, ଏଥିପାଇଁ କିଏ ଦାୟୀ, ରାସ୍ତା ନିର୍ମାଣରେ ଥିବା ଇଞ୍ଜିନିୟରିଂ ତ୍ରୁଟି ଆଦି ଦିଗ ଉପରେ ହେବ ତଦନ୍ତ । ଏ ନେଇ ସଡକ ଦୁର୍ଘଟଣା ପରେ କିପରି ସାଇଣ୍ଟିଫିକ୍ ଇନଭେଷ୍ଟିଗସନ ହୋଇପାରିବ ତା ଉପରେ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ସଡକ ଦୁର୍ଘଟଣାର ହେବ ସାଇଣ୍ଟିଫିକ୍ ଇନଭେଷ୍ଟିଗେସନ୍ । ଏ ନେଇ ତିଆରି ହୋଇଛି ଇଣ୍ଟିଗ୍ରେଟେଡ ରୋଡ଼ ଆକ୍ସିଡେଣ୍ଟ ଡାଟାବେସ୍ ଆପ୍ ।

accident

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ଉଦ୍‌ବେଗଜନ ଭାବେ ବଢ଼ୁଥିବାରୁ ଏଥିରେ ରୋକ୍‌ ଲଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଦୁର୍ଘଟଣାଜନିତ ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ବା ଗୋଲ୍‌ଡେନ ଆୱାରରେ ‌ଆହତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ରକ୍ଷକ ଯୋଜନା ଆରମ୍ଭ କରାଯାଇଥିଲେ ବି ସେତେଟା ଫଳପ୍ରଦ ହୋଇପାରି ନାହିଁ । ତଥ୍ୟ ମୁତାବକ ଦୁର୍ଘଟଣା ଯୋଗୁଁ ବର୍ଷକୁ ପାଖାପାଖି 5 ହଜାର ଲୋକଙ୍କର ମୃତ୍ୟୁ ବେଉଛି । ଦୈନିକ ପ୍ରାୟ 15ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ।

ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହେଲେ ସ୍ପେସାଲ ଟିମ୍ ତଦନ୍ତ କରିବ । ଏହି ଟିମ୍‌ରେ ଜଣେ ପୋଲିସ ଅଧିକାରୀ, ଇଞ୍ଜିନିୟର, ଆର୍‌ଟିଓ ଓ ଜଣେ ବୈଷୟିକ ଅଧିକାରୀ ରହିବେ । 8 ଟି ଭିନ୍ନ ଭିନ୍ନ ଦିଗକୁ ନେଇ 10 ଦିନ ମଧ୍ୟରେ ପୁଲିସ ଆଇଜିଙ୍କୁ ଏସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯିବ । ଏଆଜି ପୁଲିସ ସେବା ଭବନ‌ରେ ପୋଲିସ ଓ ପରିବହନ ଅଧିକାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ଦୁର୍ଘଟଣା ସମ୍ପର୍କିତ ସମସ୍ତ ଡାଟା IRAD ଆପ୍ଲିକେସନରେ ରହିବ । ଯାହା ଫଳରେ ଦୁର୍ଘଟଣାର ପ୍ରକୃତ କାରଣ, ତଦନ୍ତର ଦିଗ, କ୍ଷତିଗସ୍ତଙ୍କୁ କ୍ଷତିପୂରଣ ଦିଗରେ ସହାୟକ ହେବ । ସେହିପରି ଶୃଙ୍ଖଳିତ ଗାଡି ଚଳାଚଳ ଦିଗରେ ଟ୍ରାଫିକ ଭାୟୋଲେସନ ଡିଟେକ୍ଟର ସିଷ୍ଟମ କାମ କରିବ । ସିସିଟିଭି ଆଧାରରେ ଇ-ଚାଲାଣକୁ ଫୋକସ କରାଯିବ । ବାରମ୍ବାର ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରୁଥିବାରୁ NHAI ସହଯୋଗରେ ବ୍ଲାକସ୍ପଟ୍ ସ୍ଥାନରେ କିଭଳି ଜୀବନ ରକ୍ଷା କରାଯାଇପାରିବ ସେ ନେଇ ଟ୍ରେନିଂ ସେସନରେ ଗୁରୁତ୍ୱାରୋପ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+