ସୋମବାର ଖୋଲିବ ସ୍କୁଲ, ସକାଳୁଆ ପାଠ ପଢିବେ ପିଲା
ଭୁବନେଶ୍ୱର: ରାଜ୍ୟରେ ସୋମବାର ଖୋଲିବ ସମସ୍ତ ସ୍କୁଲ । ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ । ସକାଳ 6.30 ରୁ ଦିନ 11 ଟା ପର୍ଯ୍ୟନ୍ତ ଚାଲିବ ପାଠପଢା ।

ଏହା ସହିତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ବିଦ୍ୟାଳୟର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ । ଏହା ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ରାଜ୍ୟ ସରକାର 12 ରୁ 16 ତାରିଖ ପର୍ଯ୍ୟନ୍ତ ସ୍ରୁଲ ଛୁଟି ଘୋଷଣା କରିଥିଲେ ।
ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ ଯତ୍ନବାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications