ବଦଳିଲା ସ୍କୁଲ୍ ସମୟ, ସକାଳୁଆ ହେବ ସ୍କୁଲ୍
ବଦଳିଲା ସ୍କୁଲ୍ ସମୟ, ସକାଳୁଆ ହେବ ସ୍କୁଲ୍ । ନବମ ଓ ଏକାଦଶ ପାଇଁ ସକାଳ 7 ରୁ 9 ଟା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସକାଳ 9 ଟାରୁ ଦିନ 1ଟା ପର୍ଯ୍ୟନ୍ତ ।
ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ବଦଳିଲା ସ୍କୁଲ ସମୟ । ଏଣିକି ସକାଳୁଆ ହେବ ସ୍କୁଲ । ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢିବେ । ଏସମ୍ପର୍କରେ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ଅନୁସାରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ 7ଟାରୁ ଆରମ୍ଭ ହୋଇ 9ଟାରେ ଶେଷ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ 9ଟାରୁ ଦିନ ଗୋଟାଏରେ ଶେଷ ହେବ ।

ଏଥିସହିତ ପ୍ରତି ସ୍କୁଲରେ ପିଇବା ପାଣିର ସୁବିଧା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସ୍କୁଲରେ ଓଆରଏସ୍ ରଖିବା ଓ ଛାତ୍ରଛାତ୍ରୀଙ୍କ ଯିବା ଆସିବା ଉପରେ ଧ୍ୟାନ ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ପିଲାମାନଙ୍କୁ ସ୍କୁଲ ଆସିବା ସମୟରେ ପାଣି ବୋତଲ ନେଇ ଆସିବାକୁ ଗତକାଲି ପରାମର୍ଶ ଦିଆଯାଇଥିଲା । ଅଭିଭାବକମାନେ ଏନେଇ ବିଶେଷ ଧ୍ୟାନ ଦେବାକୁ କୁହାଯାଇଥିଲା । ଏଠାରେ ସୂଚନାଥାଉକି, ବିଗତ କିଛି ଦିନ ହେବ ରାଜ୍ୟରେ ଗ୍ରଫ୍ମ ପ୍ରବାହ ଅଧିକ ଦେଖା ଦେଇଛି । ଅନେକ ଜିଲ୍ଲାରେ ତାତି ବଢୁଥିବା ଦେଖା ଦେଇଛି । ଅପରପକ୍ଷରେ କୋଭିଡ୍ ମହାମାରୀ ପରେ ସ୍କୁଲ୍ ଖୋଲିଛି । କରୋନା ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠ ପଢା ଜାରି ରହିବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications