Get Updates
Get notified of breaking news, exclusive insights, and must-see stories!

ଶୀତରେ ଥରି ଥରି ହଣ୍ଡା ହାଣ୍ଡି ମାଜିଲେ ଛାତ୍ର

ପୁରୀ: ଦିନରେ ବିଜ୍ଞାନ ମେଳା ଭୋଜି, ରାତିରେ ପିଲାଙ୍କ ଦ୍ୱାରା ବାସନ ମଜା । ଏମିତି କି ଶୀତ କାକରରେ ଥରି ଥରି ରାତି 11 ଟାରେ ହଣ୍ଡା କଡ଼େଇ ମାଜିଛନ୍ତି ଛାତ୍ର । ଶିକ୍ଷକ ଛିଡ଼ା ହୋଇ ଲାଇଟ୍ ଦେଖାଉଥିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସରେ ।

students

ଗତକାଲି ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇଥିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା । ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ପୁରୀ ଜିଲ୍ଲାର 11 ଟି ବ୍ଲକ ରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ସମେତ ଛାତ୍ରାଛାତ୍ରୀ ବି ସାମିଲ୍ ହୋଇଥିଲେ । ପିଲାମାନେ ବିଜ୍ଞାନ ମେଳାରେ ନିଜ ନିଜର ଆଣିଥିବା ହାତ ତିଆରି ପ୍ରକଳ୍ପ ପରିବେଷଣ କରିଥିଲେ । 500 ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା । ଆଉ ଭୋଜି ସରିବା ପରେ ପିଲାଙ୍କୁ ଲଗାଇ ହାଣ୍ଡି କଡ଼େଇ ମଜା କରାଇଥିଲେ ଶିକ୍ଷକ । ଦୟାନଦୀରେ କୂଳରେ ପିଲା ବାସନ ମାଜୁଥିବାବେଳେ ଉପରେ ଛିଡା ହୋଇ ଲାଇଟ୍ ଦେଖାଇଥିଲେ ସାର୍ । ଭୋଜି ସରିଯାଇଥିବାରୁ ପିଲାମାନେ ନଦୀ କୂଳରେ ବଡବଡ ଟପ୍, ବାଲିଟି ଓ ଡାବ ମାଜି ପାଣିରେ ପସି ଧୋଉଥିବା ଦେଖିବାକୁ ମିଳିଥିଲା ।

ତେବେ କିଏ ପିଲାମାନଙ୍କ ଅଇଁଠା ମାଜିବାକୁ ଅନୁମତି ଦେଲା ତାହା ଜଣାପଡ଼ି ନାହିଁ । ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ ବୃଦ୍ଧିଜୀବୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ତେବେ ଏନେଇ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+