Get Updates
Get notified of breaking news, exclusive insights, and must-see stories!

ସରିଲା ଖରାଛୁଟି, ଆଜି ଠୁ ଖୋଲିଲା ରାଜ୍ୟର ଅନେକ ସ୍କୁଲ୍

ଭୁବନେଶ୍ୱର : ଖରାଛୁଟି ସରିବା ପରେ ଆଜିଠାରୁ ଖୋଲିଲା ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ । କିନ୍ତୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 7 ଜିଲ୍ଲାରେ ଯଥାକ୍ରମେ 22 ଓ 23 ରେ ସ୍କୁଲ୍ ଖୋଲାଯିବ । ଏପରିକି ଏହି 7 ଜିଲ୍ଲାରେ ସକାଳୁଆ ସ୍କୁଲ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

school open

ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବ । ଏହି ଉଭୟ ଜିଲ୍ଲାରେ 22 ରୁ 24 ଯାଏଁ ସକାଳୁଆ ସ୍କୁଲ୍ ହେବ । ଏହା ପରେ 26 ତାରିଖରୁ ସ୍ୱାଭାବିକ ଭାବେ 10 ଟା ରୁ ସ୍କୁଲ୍ ହେବ ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ 23 ତାରିଖରେ ଖୋଲିବ ସ୍କୁଲ । 23 ଓ 24 ଦୁଇ ଦିନ ସକାଳୁଆ ସ୍କୁଲ୍ ହେବ । ସକାଳ 6.30 ରୁ 9.30 ଯାଏ ଚାଲିବ ସ୍କୁଲ । ସେହିଭଳି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ 23 ରେ ଖୋଲିବ ସ୍କୁଲ ଖୋଲିବ । 26 ତାରିଖ ଠାରୁ ନିୟମିତ ସମୟାନୁସାରେ 10 ଟାରେ ସ୍କୁଲ ଖୋଲିବ । ଅପରପକ୍ଷରେ ବଲାଙ୍ଗୀରରେ 22 ତାରିଖରେ ଖୋଲିବ ସ୍କୁଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+