Get Updates
Get notified of breaking news, exclusive insights, and must-see stories!

ଓଲଟିଲା ସ୍କୁଲ୍ ବସ୍; ଜଣେ ମହିଳା ମୃତ, 8 ଜଣ ଆହତ

ଜୟପୁର: କୋରାପୁଟ ଜିଲ୍ଲାରୁ ଆସିଛି ଏକ ବଡ଼ ଦୁର୍ଘଟଣା ଖବର । ଏକ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହ 8 ଜଣ ଆହତ ହୋଇଛନ୍ତି ।

school bus accident

ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ନିକଟରେ ହୋଇଛି ଏହି ଦୁର୍ଘଟଣା । ଜୟପୁରର ଏକ ଘରୋଇ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ 8 ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ଉକ୍ତ ସ୍କୁଲ ପ୍ରିନସପାଲଙ୍କ ପତ୍ନୀ ନିଳିମା ପଣ୍ଡା ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସ୍କୁଲର ପିଅନଙ୍କ ମୃତ୍ୟୁ ଖବର ପାଇ ତାଙ୍କର ଶେଷ ଦର୍ଶନ ନିମନ୍ତେ ସ୍କୁଲ କର୍ମଚାରୀ ଯାଉଥିବାବେଳେ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତମାନଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉକ୍ତ ସ୍କୁଲ ବସରେ 23 ଜଣ ସ୍କୁଲ କର୍ମଚାରୀ ବସିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, ସ୍କୁଲ ବସର ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+