ହିଟୱେଭ୍ ମୁକାବିଲା ନେଇ ପିଲାଙ୍କୁ ସଚେତନ କର, ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସ୍କୁଲ ଓ କଲେଜକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ବଢିଲାଣି ତାତି । ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ମଧ୍ୟରେ ପ୍ରବେଶ କରିପାରେ । ଏନେଇ ପ୍ରସ୍ତୁତ ରହିବାକୁ ସ୍କୁଲ ଓ କଲେଜକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଏହା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ହିଟ୍ ୱେଭ ମୁକାବିଲା ପାଇଁ ସଚେତନ କରାଯିବ । ସବୁ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ପାନୀୟ ଜଳ ଓ ORS ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆଉଟଡୋର କାର୍ଯ୍ୟକ୍ରମ ନ କରିବାକୁ କୁହାଯାଇଛି । ସ୍କୁଲ, କଲେଜ ଯିବା ବେଳେ ପାଣି ବୋତଲ ନେବାକୁ ପରାମର୍ଶ ରହିଛି । ଏଥିପାଇଁ ଅଭିଭାବକ ସଚେତନ ରହିବାକୁ ନିବେଦନ କରାଯାଇଛି ।
ସେହିଭଳି ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବୱେଲ ଗୁଡିକ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଛାତ୍ରଛାତ୍ରୀ ମାନେ ଯେପରି ଅଧିକ ଖରା ସଂସ୍ପର୍ଶରେ ନ ଆସନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି ।












Click it and Unblock the Notifications