SCB ଅଗ୍ନିକାଣ୍ଡ: ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା
ଏସ୍ସିବି ଟ୍ରମା କେୟାର ସେଣ୍ଟର ICUରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ରୋଗୀଙ୍କ ଜୀବନ ଯାଇଥିବାବେଳେ ୧୧ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ତେବେ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା । ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ନବୀନ।

ସେ ଟ୍ୱିଟ୍ କରି ଲେଖିଛନ୍ତି, କଟକ ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦାୟକ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ଲୋକଙ୍କ ଆଶୁଆରୋଗ୍ୟ କାମନା କରୁଛି। ରାଜ୍ୟ ସରକାର ସମସ୍ତ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ସୁନିଶ୍ଚିତ କରନ୍ତୁ। ଘଟଣାସ୍ଥଳରେ ପହଞ୍ଚି ସହାୟତା ଯୋଗାଇ ଦେବାକୁ କଟକର ମେୟର ଏବଂ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି।












Click it and Unblock the Notifications