ସରପଞ୍ଚ ଆନ୍ଦୋଳନ: ବାହାରିଲାନି ନିଷ୍କର୍ସ, ଦାବି ପୂରଣ ଯାଏଁ ଜାରି ରହିବ ଧାରଣା
ଭୁବନେଶ୍ୱର: ସରପଞ୍ଚଙ୍କ ସହ ସରକାରଙ୍କ ଆଲୋଚନାରୁ ବାହାରିଲାନି ନିଷ୍କର୍ସ । ଦାବି ପୂରଣ ଯାଏଁ ଧାରଣା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ଏହା ପରେ ଆସନ୍ତା ସୋମବାର ପୁଣି ଥରେ ସରକାରଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

15 ଦଫା ଦାବି ନେଇ ରାଜ୍ୟବ୍ୟାପୀ ଶତାଧିକ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପୂର୍ଣ୍ଣ କ୍ଷମତା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ରାଜ୍ୟର ଅନେକ ସ୍ଥାନରୁ ସରପଞ୍ଚମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ପାଣ୍ଠି ବୃଦ୍ଧି ଏବଂ ପେନସନ ରାଶି 2350 ରୁ 30 ହଜାର ଟଙ୍କା ବୃଦ୍ଧି କରିବାକୁ ଦାବି ହୋଇଛି ।
ଏହା ଆଗରୁ ଦୁଇ ମାସ ପୂର୍ବରୁ ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଦାବି ପୂରଣ ନ ହେବାରୁ ରାଜ୍ୟର ବିଭିନ୍ନ ବ୍ଲକ ସଦର ମହକୁମା ଓ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆମ କାମ କେବଳ ଆଧାର କାଗଜପତ୍ରରେ ଦସ୍ତଖତ କରିବା ଏବଂ ସ୍ଥାନୀୟ ବିବାଦର ସମାଧାନ କରିବା ଯାଏଁ ସୀମିତ ରହିଛି ବୋଲି ଜଣେ ସରପଞ୍ଚ କହିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସରପଞ୍ଚ ସଂଘ ଚେତାବନୀ ଦେଇଛି ।












Click it and Unblock the Notifications