ସରପଞ୍ଚ ଆନ୍ଦୋଳନ: ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ପାଖକୁ ଦଲା ଦାବିପତ୍ର, ବିଚାର କରିବେ ସରକାର
ଭୁବନେଶ୍ୱର: 15 ଦଫା ଦାବି ନେଇ ରାଜ୍ୟବ୍ୟାପୀ ଚାଲିଥିବା ସରପଞ୍ଚଙ୍କ ଦାବି ଉପରେ ବିଚାର କରିବେ ସରକାର । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ପାଖକୁ ପଠାଯାଇଛି ସରପଞ୍ଚଙ୍କ ଦାବିପତ୍ର । ଏହାର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିବା ପରେ ଆଗାମୀ ପଦକ୍ଷେପ ନିଆଯିବ । ଏ ନେଇ କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ରାଜ୍ୟ ସରପଞ୍ଚ ମହାସଂଘ କର୍ମକର୍ତ୍ତାମାନେ ଗତକାଲି ଆରୁଖଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଭେଟି ସେମାନଙ୍କ ଦାବି ସଂପର୍କିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆରୁଖ ସେମାନଙ୍କର ଦାବି ସମ୍ବନ୍ଧରେ ଅବଗତ ହେବା ପରେ ଏହାକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଅଧିକ ନିରୀକ୍ଷଣ କରିବା ପାଇଁ ପଠାଯିବ ଓ ତର୍ଜମା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉଲ୍ଲେଖଥାଉକି, ଗତ କିଛି ଦିନ ଧରି ରାଜ୍ୟବାପୀ ଧାରଣାରେ ବସିଥିବା ସରପଞ୍ଚଙ୍କ ସହ ସରକାରଙ୍କ ଆଲୋଚନା ହୋଇଥିଲା । ଏଥିରୁ କୌଣସି ନିଷ୍କର୍ସ ବାହାରି ନଥିଲା । ଏହା ପରେ ଦାବି ପୂରଣ ଯାଏଁ ଧାରଣା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲା ସଂଘ ।
15 ଦଫା ଦାବି ନେଇ ରାଜ୍ୟବ୍ୟାପୀ ଶତାଧିକ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପୂର୍ଣ୍ଣ କ୍ଷମତା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ରାଜ୍ୟର ଅନେକ ସ୍ଥାନରୁ ସରପଞ୍ଚମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ପାଣ୍ଠି ବୃଦ୍ଧି ଏବଂ ପେନସନ ରାଶି 2350 ରୁ 30 ହଜାର ଟଙ୍କା ବୃଦ୍ଧି କରିବାକୁ ଦାବି ହୋଇଛି ।
ଏହା ଆଗରୁ ଦୁଇ ମାସ ପୂର୍ବରୁ ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଦାବି ପୂରଣ ନ ହେବାରୁ ରାଜ୍ୟର ବିଭିନ୍ନ ବ୍ଲକ ସଦର ମହକୁମା ଓ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications