Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ପୁରୀ: ପୁରୀ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ଅଭିନବ ପ୍ରତିବାଦ । ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହ କରୁଛି କଂଗ୍ରେସ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ କରି ପ୍ରତିବାଦ କରୁଛି କଂଗ୍ରେସ । ଦାବି ପୂରଣ ନହେବାରୁ ବାଧ୍ୟ ହୋଇ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି ।

sankirtana satyagraha

ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସତ୍ୟାଗ୍ରହ ହୋଇଛି । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାଲାଗି ସଂକୀର୍ତ୍ତନ ଜରିଆରେ କଂଗ୍ରେସ ଦାବି କରୁଛି । ଏହାଛଡ଼ା, ରତ୍ନଭଣ୍ଡାର ମରାମତି ଓ ଗଣତି ପାଇଁ ମଧ୍ୟ ଦାବି କରୁଛି କଂଗ୍ରେସ ।

ଗତ କିଛିଦିନ ପୂର୍ବେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ କଂଗ୍ରେସ ପକ୍ଷରୁ ପଦଯାତ୍ରା ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦେଇଥିଲା କଂଗ୍ରେସ । ତେବେ ଦାବି ପୂରଣ ନହେବାରୁ ବାଧ୍ୟ ହୋଇ କଂଗ୍ରେସ ଏଭଳି ପ୍ରତିବାଦ କରୁଛି ।

ଆଜି ଦିନ 12 ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟଘଣ୍ଟା ବଜାଇ ଆନ୍ଦୋଳନ କରିଛି ଦଳ । ଗତ 16 ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର 4 ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା । 28 ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ହେଲେ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିଛି ଦଳ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+