Get Updates
Get notified of breaking news, exclusive insights, and must-see stories!

ନିରାଶ ସମୟରେ ସାହା ବାଡ଼ି ହେଲା ବିଏସକେୱାଇ; ସଞ୍ଜୟ ପାଇଲେ ନୂଆ ଜୀବନ

ଭୁବନେଶ୍ଵର: ଦେଶରେ ବଡ଼ ବଡ଼ ସହରର ଡାକ୍ତରଖାନାରୁ ନିରାଶ ହେଲେ । ଜିଇଁବାର ଆଶା କ୍ଷୀଣ ହେଉଥିବା ବେଳେ ସାହା ହେଲା ରାଜ୍ୟ ସରକାରଙ୍କ ବିଏସକେୱାଇ କାର୍ଡ । ଅର୍ଥ ଅଭାବରୁ କୌଣସି ମୂଲ୍ୟବାନ ଜୀବନ ହାନି ନହେବା ନେଇ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ BSKY ସଞ୍ଜୟଙ୍କୁ ନୂଆ ଜୀବନ ଦେଇଛି ।

BSKY

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମର ସଞ୍ଜୟ କୁମାର ସ୍ଵାଇଁ କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରନ୍ତି । କିଛି ଦିନ ଧରି ତାଙ୍କୁ ଜ୍ଵର ହେଲା । ଔଷଧ ଖାଇଲେ ବି ଭଲ ହେଲାନି । ଡାକ୍ତରଙ୍କୁ ଦେଖାଇ 2022 ମସିହା ଅପ୍ରେଲ 8 ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କରାଇବା ପରେ ଜାଣିଲେ ଯେ କିଡନୀ ଖରାପ ହୋଇଛି ।

ଏହା ପରେ ଭେଲୋର,କଲକତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରାଇଥିଲେ ବୋଲି କହିଛନ୍ତି ସଞ୍ଜୟ । ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ.କେ.ୱାଇ) ମୋର ସାହା ହେଲା । କଲକତାର ନାରାୟଣ ହୃଦୟାଳୟରେ ମୋର ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା ବୋଲି କହିଛନ୍ତି ସେ ।

ପୂରା ଘଟଣା ବିଷୟରେ ସୂଚନା ଦେଇ ସଞ୍ଜୟ କହିଛନ୍ତି ଯେ ମୋ କିଡ଼ନୀ ଖରାପ ଥିବା ଜାଣିବା ପରେ ଭେଲୋର ଏବଂ ଚଣ୍ଡୀଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ କଲି । କିଛି ନିର୍ଭରଯୋଗ୍ୟ ଭରଷା ପାଇଲିନି ସବୁଆଡୁ ଆଶା ହରେଇଲି । ମୋର ଦୁଇଟି ନାବାଳକ ପିଲା । ଏ ପଟରେ ମୁଁ କାମ କରିବାକୁ ମୁଁ ଅକ୍ଷମ । ଚାରିଆଡ ଅନ୍ଧାର ଦିଶିଲା ।

ଏହି ସମୟରେ କଲକତାର ରବୀନ୍ଦ୍ରନାଥ ଠାକୁର ନାରାୟଣ ହୃଦୟାଳୟରେ ଅପରେସନ ଦ୍ଵାରା ମୋ ରୋଗ ଭଲ ହୋଇପାରିବ ବୋଲି କିଛି ବନ୍ଧୁଙ୍କ ଠାରୁ ଶୁଣିଲି । ବି.ଏସ.କେ.ୱାଇ କାର୍ଡରେ ସେଠାରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲ୍ଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଲି । ସେ ମଧ୍ୟ ମୋତେ ରାଜ୍ୟ ହେଲଥ ଆସୁରାନ୍ସ ସୋସାଇଟିର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରାଇଦେଲେ । ନୋଡାଲ ଅଧିକାରୀ ସମ୍ପୂର୍ଣ ଭରଷା ଦେଲେ । ନାରାୟଣ ହୃଦୟାଳୟ ସହ ଯୋଗାଯୋଗ କରାଇଦେଲେ । ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର 13 ତାରିଖ ଦିନ ସେଠାରେ ପହଞ୍ଚିଲୁ । ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । 2023 ଜୁଲାଇ 5 ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହେଲି । ବର୍ତ୍ତମାନ ଘରେ ଭଲ ଅଛି । ମୋର ପରବର୍ତ୍ତୀ ଚିକିତ୍ସା ମଧ୍ୟ ଠିକ୍ ଭାବେ ଚାଲିଛି ।

ଏ ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା 10 ଲକ୍ଷ ଟଙ୍କା ରାଜ୍ୟ ସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଲେ । ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ । ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ମୋର ସାହା ହେଲା । ବି.ଏସ.କେ.ୱାଇ ଟିମ୍ ସବୁପ୍ରକାର ଯୋଗାଯୋଗ ଓ ସୁବିଧା କରାଇଦେଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବି.ଏସ.କେ.ୱାଇ ଟିମ୍ଙ୍କ ପାଖରେ ଆମ ପରିବାର ଚିରଋଣୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+