Get Updates
Get notified of breaking news, exclusive insights, and must-see stories!

World Cup 2023: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା

ପୁରୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ହେବ ମହା ମୁକାବିଲା । ବିଶ୍ୱକପ୍ ଫାଇନାଲ ମ୍ୟାଚକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆଇସିସି ଟୁର୍ନାମେଣ୍ଟର ଏହି ଶେଷ ମ୍ୟାଚ୍ ରୋମାଞ୍ଚକ ହୋଇପାରେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ODI ବିଶ୍ୱକପରେ ଭାରତୀୟ ଦଳ ଦୁଇଥର ଟାଇଟଲ ଜିତିଥିବାବେଳେ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତିଛି । ରବିବାର 19 ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ ।

sand art

ଫାଇନାଲ୍‌ ମୁକାବିଲା ପୂର୍ବରୁ ସମସ୍ତ 10 ଟି ମ୍ୟାଚ୍ ଜିତି ବର୍ତ୍ତମାନ ସୁଦ୍ଧା ଅପରାଜିତ ଥିବା ଭାରତୀୟ ଦଳକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ସମୟରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଦେଶର କୋଣ ଅନୁକୋଣରୁ ଟିମ୍‌ ଇଣ୍ଡିଆ ପାଇଁ ଶୁଭେଚ୍ଛା ଆସୁଛି । ତେଣୁ ଆମେ ବି ଭାରତୀୟ ଟିମ୍‌କୁ ଫାଇନାଲ ମୁକାବିଲା ପୂର୍ବରୁ ଶୁଭେଚ୍ଛା ଜଣାଇଛି । ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଗୁଡ୍‌ ଲକ୍‌ କହିଛୁ । ଅହମ୍ମଦାବାଦ୍‌ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ମଧ୍ୟ ବାଲୁକା କଳାରେ ଚିତ୍ରଣ କରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+