Get Updates
Get notified of breaking news, exclusive insights, and must-see stories!

ବାଲୁକା କଳାରେ ମହା ପ୍ରଭୁଙ୍କ ବଡ଼ ସିଂହାର ବେଶ

ପୁରୀ: ବାଲୁକା କଳାରେ ମହା ପ୍ରଭୁଙ୍କ ବଡ଼ ସିଂହାର ବେଶ । ନୂଆବର୍ଷ ପାଇଁ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନୂଆ ବର୍ଷର ଶୁଭକାମନା ଜଣାଇ ଏହାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

sand art

ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥଙ୍କ ବଡ଼ସିଂହାର ବେଶ କରିଛନ୍ତି ସୁଦର୍ଶନ । ଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର, ଦ୍ୱିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇଥାନ୍ତି । ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ । ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ମନଲୋଭା ।

ଏହି ବଡ଼ସିଂହାର ବେଶ ବାଲୁକା କଳା ମାଧ୍ୟମରେ ଅଙ୍କନ କରାଯାଇଛି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରାୟ 25 ଫୁଟର ଦିବ୍ୟ ମୂର୍ତ୍ତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ହୋଇଥିବା ଏହି ବିଶାଳ ବାଲୁକା କଳାରେ ଗେଣ୍ଡୁ, ଗୋଲାପ, ସେବତୀ ଫୁଲ ବ୍ୟବହାର କରାଯାଇଛି । ଏଥିସହ ମହାପ୍ରଭୁଙ୍କ ନାକଚଣା, ହୃଦୟ ପଦକ, କର ପଲ୍ଲଭ ଆଦି ବେଳାଭୂମିରେ ଶୋଭା ବର୍ଦ୍ଧନ କରୁଛନ୍ତି ।

2024 ନୂଆବର୍ଷକୁ ସ୍ୱାଗତ କରିବାକୁ ସୁଦର୍ଶନ ତାଙ୍କ ବାଲୁକାକଳାରେ କାଳିଆ ଠାକୁରଙ୍କର ଏହି ବେଶ କରିଛନ୍ତି ଏବଂ ଜୟ ଜଗନ୍ନାଥ ବି ଲେଖିଛନ୍ତି । ମହାପ୍ରଭୁଙ୍କର ଏହି ମନଲୋଭା ବେଶ ବଡ଼ସିଂହାରକୁ ଦେଖିବାକୁ ସମୁଦ୍ର ବେଳେଭୂମିରେ ଲୋକଙ୍କର ନାହିଁ ନଥିବା ଭିଡ଼ ଲାଗିଛି ।

ସେହିପରି ପଲ୍ଲୀରୁ ଦିଲ୍ଲୀ ଯାଏଁ ନାଚ ଗୀତର ଆସର ଜମିଥିବା ବେଳେ ଏହି ପରିପ୍ରେକ୍ଷୀରେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନୂଆବର୍ଷର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାସହ ସମସ୍ତଙ୍କ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+