Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁର ହିଂସାକୁ ନେଇ ଆଗୁଆ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ, ଅଣଦେଖା କଲେ ଏସପି !

sambalpur violence

ଭୁବନେଶ୍ୱର : ହନୁମାନ ଜୟନ୍ତୀରେ ସମ୍ବଲପୁର ହିଂସା ଘଟଣାରେ ବଡ଼ ଅପଡେଟ୍ । ହିଂସା ନେଇ ଆଗୁଆ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ । ଏପରିକି ସମ୍ବଲପୁର ଏସପିଙ୍କୁ ଚିଠି ଲେଖି ଏ ନେଇ ସୂଚନା ଦେଇଥିଲା ଗୁଇନ୍ଦା ବିଭାଗ । କିନ୍ତୁ ଏହାକୁ ଅଣଦେଖା କରିବାକୁ ଏପରି ବଡ଼ ହିଂସା ହୋଇଥିବା ଏବେ ଚର୍ଚ୍ଚା ହେଉଛି ।

12 ଅପ୍ରେଲରେ ଗୁଇନ୍ଦା ଏସପି ସମ୍ବଲପୁର ଏସପିଙ୍କୁ ଏ ନେଇ ଲେଖିଥିଲେ ଚିଠି । ଏହି ଚିଠି ଏବେ ସାମ୍ନାକୁ ଆସିଛି । ଚିଠିରେ ଶୋଭାଯାତ୍ରାର ରୁଟ୍ ଚାର୍ଟ, କାର୍ଯ୍ୟକ୍ରମ ଆଦି ବିଷୟରେ ଉଲ୍ଲେଖ କରାଯାଇଥିଲା । ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବିଶେଷ କରି ବଜରଙ୍ଗ ଦଳର ସଦସ୍ୟ ବିଶାଳ ବାଇକ୍ ରାଲି କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ରାଲି ସମୟରେ ସାମ୍ପ୍ରଦାୟିକ ସଦଭାବ ବିଗିଡିପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ତେବେ ଚିଠିରେ ଲେଖାଯାଇଛି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ବାଇକ୍ ରାଲି ସଂଖ୍ୟାଲଘୁ ସମ୍ପ୍ରଦାୟ ରହୁଥିବା ଏରିଆ ଦେଇ ଗତି କରିବ । ଏହି ସମୟରେ ଜୟ ଶ୍ରୀରାମ, ଜୟ ହନୁମାନ ଭଳି ସ୍ଲୋଗାନ୍ ଦେବା ସହ ଅଣ ହିନ୍ଦୁ ଯଦି କିଛି ସ୍ଲୋଗାନ ଦିଅନ୍ତି, ତେବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚିଠିରେ ସତର୍କ କରାଯାଇଥିଲା ।

ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସା ନେଇ ଗୁଇନ୍ଦା ରିପୋର୍ଟକୁ ପୋଲିସ ଅଣଦେଖା କଲା କି ? ପୋଲିସର ଅବହେଳା ଯୋଗୁଁ ଏପରି ସ୍ଥିତି ଉପୁଜିଛି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ସମ୍ଭାବ୍ୟ ହିଂସାକୁ ଦେଖି ଗୁଇନ୍ଦା ବିଭାଗ ପକ୍ଷରୁ ସମ୍ବଲପୁର ଏସପିଙ୍କ ସମେତ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା । ଚିଠିରୁ ସ୍ପଷ୍ଟ ହେଉଛି, ହିଂସା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ ।

ଏପରିକି ପୂର୍ବରୁ ସୂଚନା ଥିଲେ ବି, ପୋଲିସ୍ କାହିଁକି ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରି ନଥିଲା ? ପରିସ୍ଥିତି ଅଣାୟତ ହେବା ମାତ୍ରେ କାହିଁକି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିପାରନଥିଲା ସେ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଥାଉକି, ଗତ 12 ତାରିଖ ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଏହା ପରବର୍ତ୍ତି ସମୟରେ ଘଟିଥିବା ହିଂସାକାଣ୍ଡ ଯୋଗୁଁ ସମ୍ବଲପୁରର ସହରର ମୋଟ 6 ଟି ଥାନାରେ କର୍ଫ୍ୟୁ ଲାଗିଥିଲା । ଏପର୍ଯ୍ୟନ୍ତ 12 ତାରିଖ ହନୁମାନ ଜୟନ୍ତୀର ବାଇକ୍ ଶୋଭାଯାତ୍ରା ହିଂସାକାଣ୍ଡ ଘଟଣାରେ 46 ଜଣ ଓ 14 ତାରିଖ ହନୁମାନ ଜୟନ୍ତୀ ଦିନ ହିଂସାକାଣ୍ଡ ଘଟଣାରେ 56 ଜଣଙ୍କୁ ଗିରଫ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+