ସମ୍ବାଦ ଲୋନ୍ ସ୍କାମ୍: ଧମକ ଓ ଜାଲିଆତିର ଠୋସ୍ ପ୍ରମାଣ ପାଇଛି EOW
ଭୁବନେଶ୍ୱର: ଦୈନିକ ଖବରକାଗଜ ସମ୍ବାଦ ଲୋନ୍ ସ୍କାମ୍ ମାମଲାରେ ଖୋଳତାଡ଼ ଜାରି ରଖିଛି EOW । ଏହା ଭିତରେ ଅଭିଯୋଗକାରୀଙ୍କ ସଂଖ୍ୟା 24 କୁ ବୃଦ୍ଧି ପାଇଛି । EOW ନିକଟରେ 24 ଜଣ ଅଭିଯୋଗ କଲେଣି । ଏଥି ସହିତ ଅର୍ଥନୈତିକ ଅପରାଧ ଶାଖା ସମ୍ବାଦ କାର୍ଯ୍ୟାଳୟରେ ତନାଘନା କରିଛି । କିନ୍ତୁ ତଦନ୍ତରେ ସମ୍ବାଦ କର୍ମଚାରୀ ସହଯୋଗ କରୁନଥିବା କହିଛି EOW ।

ଅପରପକ୍ଷରେ ଲୋନ୍ ସ୍କାମ୍ ମାମଲା 3 ଜଣଙ୍କ ବୟାନ ରେକର୍ଡ ହୋଇଛି । 164 ଧାରାରେ 3 ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା 24 ଜଣ EOW ନିକଟରେ ଅଭିଯୋଗ କଲେଣି । EOW ନିକଟରେ ଧମକ ଓ ଜାଲିଆତିର ପ୍ରମାଣ ଲାଗିଥିବା ସୂଚନା ମଧ୍ୟ ମିଳିଛି । ଅଭିଯୋଗକାରୀଙ୍କ ନାଁରେ ଏକାଧିକ ସାଲାରୀ ସ୍ଲିପ୍ର ପ୍ରମାଣ ମିଳିଥିବା ସୂଚନା ରହିଛି । ଏଥିସହିତ ଇଏସ୍ଆଇ ଓ ଇପିଏଫ୍କୁ ମଧ୍ୟ ଖୋଳତାଡ଼ କରିବାକୁ ଜଣାଇଛି EOW । ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ EOW ସୂତ୍ରରୁ ଏ ନେଇ ସୂଚନା ଦିଆଯାଇଛି ।
ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ପ୍ରେସ ରିଲିଜ ଜରିଆରେ କହିଛି ଯେ ଦୈନିକ ଖବରକାଗଜ 'ସମ୍ବାଦ'ର ଅଧିକାରୀ ଓ କର୍ମଚାରୀମାନେ ଋଣ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନାହାଁନ୍ତି ।
ଇଓଡବ୍ଲ୍ୟୁ କହୁଛି ଯେ 'ସମ୍ବାଦ'ର ଅଧିକାରୀମାନେ ସନ୍ଦିଗ୍ଧ ଫାଇଲ୍ ଓ କମ୍ପ୍ୟୁଟର ଫାଇଲ୍ ତଦନ୍ତକାରୀଙ୍କୁ ଦେବାକୁ ମନା କରିଦେଇଥିଲେ । 'ସମ୍ବାଦ' କାର୍ଯ୍ୟାଳୟରୁ ଅଳ୍ପ କିଛି ହାର୍ଡଡିସ୍କ ଜବତ କରିଛି ତଦନ୍ତକାରୀ ସଂସ୍ଥା । ଇଓଡବ୍ଲ୍ୟୁ କହୁଛି, ଋଣ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ, ଯେଉଁମାନେ 'ସମ୍ବାଦ'ର କର୍ମଚାରୀ, ସେମାନେ ଏହି ଅଭିଯୋଗକୁ ପ୍ରମାଣିତ କରିଛନ୍ତି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ବିଭାଗୀୟ ତଦନ୍ତ ଆରମ୍ଭ କରିଛି ବୋଲି ଇଓଡବ୍ଲ୍ୟ କହିଛି । କିନ୍ତୁ ଗ୍ରାମ୍ୟ ବ୍ୟାଙ୍କ ଏ ବାବଦରେ କୌଣସି ସ୍ପଷ୍ଟୀକରଣ ରଖିନି ।
ଇଓଡବ୍ଲ୍ୟୁ ଏସପି କହିଛନ୍ତି, 'ସମ୍ବାଦ'ର କର୍ମଚାରୀମାନେ ତଦନ୍ତରେ ବାଧା ସୃଷ୍ଟି କରିନଥିଲେ ମଧ୍ୟ ସହଯୋଗ କରିନଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications